ଆଫଗାନିସ୍ତାନକୁ ମାତ୍ ଦେବା ପାଇଁ ସୁପରମ୍ୟାନ ସାଜିଲେ ଜାଡେଜା, ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ଟି୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ନିଜର ପ୍ରଥମ ବିଜୟ ହାସଲ କରିଛି । ବୁଧବାର ଆବୁଧାବିରେ ଖେଳାଯାଇଥିବା ମୁକାବିଲାରେ ବିରାଟ ବାହିନୀ ଆଫଗାନିସ୍ତାନକୁ ୬୬ ରନରେ ମାତ୍ ଦେଇଛି । ରୋହିତ ଶର୍ମା ଏବଂ କେଏଲ୍ ରାହୁଲଙ୍କ ଦମଦାର ବ୍ୟାଟିଂ ଯୋଗୁଁ ଭାରତୀୟ ଟିମ୍ ଏହି ମ୍ୟାଚ ଜିତିପାରିଛି। କେବଳ ରୋହିତ ଶର୍ମା ଏବଂ କେଏଲ ରାହୁଲ ନୁହନ୍ତି, ରବିନ୍ଦ୍ର ଜାଡେଜା ମଧ୍ୟ ପଡିଆରେ କମାଲ୍ କରିଥିଲେ।
ରବିନ୍ଦ୍ର ଜାଡେଜା ଦୁନିଆରେ ଶ୍ରେଷ୍ଠ ଫିଲ୍ଡର ମଧ୍ୟରେ ଅନ୍ୟତମ। ଜାଡେଜା ପବନରେ ଉଡି ଅସମ୍ଭବ କ୍ୟାଚକୁ ମଧ୍ୟ ସମ୍ଭବ କରି ଧରନ୍ତି। ମ୍ୟାଚରେ ରୋହିତ ଶର୍ମା ୭୪ ଓ କେଏଲ ରାହୁଲ ୬୯ ରନର ଦମଦାର ପାଳି ଖେଳିଥିଲେ । ଉଭୟ ପ୍ରଥମ ଓ୍ୱିକେଟରେ ୧୪୦ ରନ୍ ସ୍କୋର କରିଥିଲେ । କିନ୍ତୁ ରବୀନ୍ଦ୍ର ଜାଡେଜାଙ୍କ ଫିଲ୍ଡିଂ ସମସ୍ତଙ୍କ ହୃଦୟ ଜିତିଥିଲା । ଜାଡେଜା ଶାମିଙ୍କ ଏକ ବଲରେ ଅସମ୍ଭବ କ୍ୟାଚ୍ ଧରିଥିଲେ । ଜାଡେଜାଙ୍କ ଏପରି କ୍ୟାଚ ଧରିବା ଦେଖି ଫ୍ୟାନ ଚକିତ ହୋଇପଡିଥିଲେ। ଜାଡେଜାଙ୍କ ଏପରି ଜବରଦସ୍ତ ଫିଲ୍ଡିଂ ଭିଡିଓକୁ ଆଇସିସି ନିଜେ ସେୟାର କରିଛି।
View this post on Instagram
୧୯ ତମ ଓଭରରେ ମହମ୍ମଦ ଶାମିଙ୍କ ଦ୍ୱିତୀୟ ବଲରେ କରୀମ ଜନ୍ନତ ଏକ ବଡ ସଟ୍ ଲଗାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କ ଟାଇମିଂ ଠିକ୍ ନଥିଲା । ରବୀନ୍ଦ୍ର ଜାଡେଜା ଡାଇଭ୍ କରି ଏହି କ୍ୟାଚ୍ ଧରିନେଇଥିଲେ । ଜାଡେଜା କ୍ୟାଚ୍ ଧରିବା ପରେ ଖୁସି ମନାଇଥିଲେ । କିନ୍ତୁ ଫିଲ୍ଡ ଅମ୍ପାୟାର ସଫ୍ଟ୍ ସିଗ୍ନାଲ ଦେଇ ତୃତୀୟ ଅମ୍ପାୟାରଙ୍କ ପାଖକୁ ନିଷ୍ପତ୍ତି ପଠାଇଥିଲେ । ତୃତୀୟ ଅମ୍ପାୟାର ବ୍ୟାଟସମ୍ୟାନଙ୍କ ସପକ୍ଷରେ ନିଷ୍ପତ୍ତି ଦେଇଥିଲେ । ଏହାକୁ ନେଇ ଜାଡେଜା ଓ କୋହଲି ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେବେ ଅମ୍ପାୟାରଙ୍କ ଏହି ନିଷ୍ପତ୍ତି ମ୍ୟାଚ୍ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା । କାରଣ ସେତେବେଳକୁ ଭାରତର ବିଜୟ ସ୍ପଷ୍ଟ ହୋଇସାରିଥିଲା ।
ଟିମ୍ ଇଣ୍ଡିଆର ୨୧୧ ରନର ପିଛା କରି ଆଫଗାନିସ୍ତାନ ଟିମ୍ ୭ ଓ୍ଵିକେଟରେ ୧୪୪ ରନ କରିପାରିଥିଲା। ଆଫଗାନିସ୍ତାନ ଟିମର ଅଧିନାୟକ ମହମଦ ନବୀ ୩୫ ରନ, କରୀନ ଜନତ ୪୨ ରନ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି ୩ ଓ୍ଵିକେଟ ନେଇଥିଲେ।