ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କୁ ଆମେରିକାନ ପିସ୍ତାସୋ ଗ୍ରୋୟର୍ସ(APG ) ର ଭାରତ ଅଫିସ ପକ୍ଷରୁ ନିଜର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି । ବୁମରା ୨୦୨୪-୨୫ ପାଇଁ ବ୍ରାଣ୍ଡ ଆମ୍ବାସାଡର ହୋଇଛନ୍ତି । ଭାରତରେ ଥିବା ଆମେରିକା ଦୂତାବାସରେ କୃଷି ମନ୍ତ୍ରୀ କାଉନସିଲର ଗାର୍ଥ ଥୋରବର୍ଣ୍ଣ କହିଛନ୍ତି, ମଇଦାନ ଭିତରେ ହେଉ ଅବା ବାହାରେ ବୁମରାଙ୍କ ଉତ୍କୃଷ୍ଟତା ଏବଂ ଅତୁଟ ପ୍ରତିବଦ୍ଧତା ଯୋଗୁଁ ତାଙ୍କୁ ବ୍ରାଣ୍ଡ ଆମ୍ବାସାଡାର କରାଯାଇଛି । ପରିବାରରେ ଆପଣଙ୍କୁ ସ୍ୱାଗତ ଜସପ୍ରୀତ ।
ବିଶେଷ କରି କାଲିଫର୍ଣ୍ଣିଆରେ ବହୁ ସଂଖ୍ୟକ ପିସ୍ତା ଉତ୍ପାଦନକାରୀ ଭାରତୀୟ । ଏହି ସହଭାଗୀତା କେବଳ ଆମ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରେ ନାହିଁ, ବରଂ ସବୁ ଜାଗାରେ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାର ଏକ ସହଭାଗୀତା ଦୃଷ୍ଟିକୁ ମଧ୍ୟ ପ୍ରୋତ୍ସାହିତ କରେ । ଏହାକୁ ନେଇ ବୁମରା କହିଛନ୍ତି, “ମୁଁ ଆମେରିକୀୟ ପିସ୍ତା ଗ୍ରୋଭର ସହିତ ସହଭାଗୀ ହୋଇ ବହୁତ ଖୁସି । ଜଣେ ଆଥଲେଟଙ୍କ ପାଇଁ ପିସ୍ତା ପୁଷ୍ଟିକର ଖାଦ୍ୟର ବଡ ଭୂମିକା ଗ୍ରହଣ କରିଥାଏ । ସେଗୁଡିକ ପ୍ରୋଟିନ୍ ଏବଂ ସୁସ୍ଥ ଚର୍ବିରେ ଭରପୂର, ଯାହା ମୋତେ ଦିନସାରା ଶକ୍ତି ଯୋଗାଇଥାଏ । ଆମେରିକୀୟ ପିସ୍ତା ମୋର ପ୍ରିୟ କାରଣ ସେମାନେ ମୋର ପୁଷ୍ଟିକର ଖାଦ୍ୟ ଯୋଗାଇଥାନ୍ତି ।
ଏପିଜି ଇଣ୍ଡିଆର ପ୍ରତିନିଧି ସୁମିତ ସରନ କହିଛନ୍ତି, “ଭାରତର ଅନ୍ୟତମ ଆଇକନ୍ କ୍ରୀଡ଼ା ବ୍ୟକ୍ତିତ୍ୱ ଜସପ୍ରୀତ ବୁମରାଙ୍କ ସହ ଜଡିତ ହୋଇ ଆମେ ଅତ୍ୟନ୍ତ ଆନନ୍ଦିତ ଏବଂ ଗୌରଵାନ୍ଵିତ। ତାଙ୍କର ଅସାଧାରଣ ସଫଳତା କେବଳ ଦେଶ ପାଇଁ ଗୌରବ ଆଣିନାହିଁ ବରଂ ଅଗଣିତ ବ୍ୟକ୍ତିବିଶଷେଙ୍କୁ ମଧ୍ୟ ପ୍ରେରଣା ଦେଇଛି ।