ରୋହିତ ଶର୍ମାଙ୍କ ସ୍ଥାନରେ ଯଶପ୍ରୀତ ବୁମରା ହେଲେ ଭାରତୀୟ ଟେଷ୍ଟ ଟିମ୍‌ର ଅଧିନାୟକ

ମୁମ୍ବାଇ : ପେସ୍‌ ବୋଲର ଯଶପ୍ରୀତ ବୁମରା ହେଲେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ । ରୋହିତ ଶର୍ମା କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବାରୁ ସେ ଇଂଲଣ୍ଡ ବିପକ୍ଷରେ ଏଜବାଷ୍ଟନ ଟେଷ୍ଟରେ ଖେଳିବେ ନାହିଁ । ତେଣୁ ତାଙ୍କ ସ୍ଥାନରେ ବୁମରା ଦଳର ନେତୃତ୍ୱ ନେବେ । ଏହି ଘୋଷଣା କରିଛି ବିସିସିଆଇ ।

ତେବେ ବୁମରାଙ୍କୁ ଅଧିନାୟକ ନିଯୁକ୍ତ କରାଯିବା ପରେ ଏକ ଇତିହାସ ସୃଷ୍ଟି ହୋଇଛି । କପିଳ ଦେବଙ୍କ ପରେ ସେ ପେସ୍‌ ବୋଲର୍‌ ଭାବେ ହେବେ ଭାରତୀୟ ଦଳର ପ୍ରଥମ ଅଧିନାୟକ । ଆଉ ଭାରତୀୟ ଦଳର ସେ ହେବେ ୩୬ତମ ଅଧିନାୟକ । ଆସନ୍ତା ୧ ତାରିଖରୁ ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ । ୨୯ଟି ଟେଷ୍ଟ ଖେଳି ୧୨୩ଟି ଓ୍ଵିକେଟ୍‌ ଦଖଲ କରିଥିବା ଗୁଜରାଟର ବୁମରା କିଭଳି ଚମତ୍କାରିତା ଦେଖାଉଛନ୍ତି ତାହା ଦେଖିବା ବାକି ରହିଲା । କାରଣ ତାଙ୍କୁ ଅଧିନାୟକ ଦାୟିତ୍ୱ ନେବା ସହ ଜଣେ ଷ୍ଟ୍ରାଇକ୍‌ ବୋଲର୍‌ର ଭୂମିକା ମଧ୍ୟ ଗ୍ରହଣ କରିବାକୁ ପଡ଼ିବ ।

ଆପଣମାନଙ୍କୁ ଜଣାଇ ଦେଉଛୁ କି ଗତ ବର୍ଷ ବିରାଟ କୋହଲିଙ୍କ ନେତୃତ୍ୱରେ ଟେଷ୍ଟ ସିରିଜ୍‌ ଖେଳି ଭାରତୀୟ ଦଳ ୨-୧ରେ ଆଗୁଆ ରହିଛି । ତେବେ ଅଧିକାଂଶ ଭାରତୀୟ ଖେଳାଳି କୋଭିଡରେ ଅକ୍ରାନ୍ତ ହେବା ଯୋଗୁଁ ପଞ୍ଚମ ଟେଷ୍ଟ ଆଉ ଖେଳ ହୋଇ ପାରିଲା ନାହିଁ । ଯାହା ଏବେ ଖେଳାଯିବ ।

ତେବେ ବୁମରାଙ୍କୁ ନେଇ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା କରାଯାଇଛି । କାରଣ କୋଚ୍‌ ରାହୁଲ ଦ୍ରାବିଡ଼ କହିଛନ୍ତି କି ରୋହିତ ଶର୍ମା ଖେଳିବାର ବି ସମ୍ଭାବନା ରହିଛି ।

 

Leave A Reply

Your email address will not be published.