ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବୁମରା ହେବେନି ଉପଅଧିନାୟକ, ଏହି ଦୁହେଁ ଦାବିଦାର

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଉପ ଅଧିନାୟକ ଦାୟିତ୍ବ ତୁଲାଇବେନି ଜସପ୍ରୀତ ବୁମରା । ବୁମରାଙ୍କ ଉପରେ କାମ ପ୍ରେସର ଦେଖି ଟିମ୍ ମ୍ୟାନେଜମେଣ୍ଟ ବଡ଼ ନିଷ୍ପତ୍ତି ନେଇଛି । ଏହି ଟେଷ୍ଟ ସିରିଜ ଭାରତ ପାଇଁ ଆଗାମୀ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଅଭିଯାନର ଆରମ୍ଭ ହେବ । ଜୁନ ୨୦ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯିବ ।

ଖବର ମୁତାବକ, ବୁମରାଙ୍କ ଉପରେ ଅଧିକ ପ୍ରେସର ରହୁଥିବାରୁ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଉପ ଅଧିନାୟକ ଦାୟିତ୍ବ ମିଳିବ ନାହିଁ । ବୁମରା ୫ଟି ଯାକ ଟେଷ୍ଟ ସିରିଜ ଖେଳିବେ ନାହିଁ । ଏପରି ସ୍ଥଳେ କିଏ ଟିମର ଉପ ଅଧିନାୟକ ହେବ ତାହାକୁ ନେଇ ଚର୍ଚ୍ଚା ଚାଲିଛି ।

ବୁମରା ଜଣେ ଫାଷ୍ଟ ବୋଲର ହୋଇଥିବାରୁ, ତାଙ୍କର ଦୀର୍ଘକାଳୀନ ଉପଲବ୍ଧତା ଟିମ୍ ଇଣ୍ଡିଆ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗତ କିଛି ବର୍ଷରେ ବୁମରା ବାରମ୍ବାର ଆଘାତର ଶିକାର ହୋଇଛନ୍ତି । ଟିମ୍ ମ୍ୟାନେଜମେଣ୍ଟ ଚାହୁଁଚି, ଯିଏ ବି ଉପଅଧିନାୟକ ହେବ, ସେ ଖେଳାଳି ସମସ୍ତ ମ୍ୟାଚ ଖେଳିବ । ସେଥିପାଇଁ ବୁମରାଙ୍କ ସ୍ଥାନରେ ଶୁବମନ ଗିଲ କିମ୍ବା ରିଷଭ ପନ୍ତଙ୍କୁ ମିଳିପାରେ ଉପ ଅଧିନାୟକ ଦାୟିତ୍ବ ।

ସୂଚନାଯୋଗ୍ୟ, ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫି ସମୟରେ ପିଠି ମାଂସପେଶୀ ଯନ୍ତ୍ରଣାରେ ଝଟପଟ ହୋଇଥିଲେ ବୁମରା । ବର୍ଡର ଗାଭାସ୍କର ଟ୍ରଫିର ୫ମ ତଥା ଶେଷ ଟେଷ୍ଟ ମ୍ୟାଚରେ ବୁମରା ସ୍କାନିଂ ପାଇଁ ହସପିଟାଲ ଯାଇଥିଲେ । ବର୍ଡର ଗାଭାସ୍କର ଟ୍ରଫିରେ ପିଠିରେ ଯନ୍ତ୍ରଣାକୁ ଯୋଗୁଁ ୩ ମାସ ଯାଏଁ ଖେଳିନଥିଲେ ବୁମରା । ଏଥିପାଇଁ ଚାମ୍ପିଅନ୍ସ ଟ୍ରଫି ଏବଂ ଆଇପିଏଲର ଅଧା ମ୍ୟାଚ ଖେଳିନଥିଲେ । ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆ ବର୍ଡର-ଗାଭାସ୍କର ସିରିଜ ଜିତିପାରିନଥିଲା । ହେଲେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ସବୁଠାରୁ ଅଧିକ ୩୨ ୱିକେଟ ନେଇଛନ୍ତି । ଜସପ୍ରୀତ ବୁମରା ପୂର୍ବରୁ ଟେଷ୍ଟ ମ୍ୟାଚରେ ଭାରତର ନେତୃତ୍ୱ ନେଇଛନ୍ତି।

Also Read : DRS କୁ ନେଇ ଅମ୍ପାୟରଙ୍କ ଉପରେ ରାଗିଗଲେ ଶୁବମନ, ଗିଲଙ୍କୁ ଶାନ୍ତ କରାଇଲେ ଅଭିଷେକ ଶର୍ମା : ଭିଡିଓ ଭାଇରଲ