ଟିମ୍ ଇଣ୍ଡିଆ ଫ୍ୟାନ୍ସଙ୍କୁ ଝଟକା, ଚାମ୍ପିଅନ୍ସ ଟ୍ରଫିର କିଛି ମ୍ୟାଚରୁ ବାଦ୍ ପଡିବେ ଜସପ୍ରୀତ ବୁମରା !

ଫେବ୍‌ଆରୀରେ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି । ଟିମର ଷ୍ଟାର ବୋଲର ଜସପ୍ରୀତ ବୁମରା ଆହତ ସମସ୍ୟା କାରଣରୁ ଟୁର୍ଣ୍ଣାମେଣ୍ଟର କିଛି ମ୍ୟାଚ୍ ଖେଳିନପାରନ୍ତି । ଗ୍ରୁପ ଷ୍ଟେଜ ମ୍ୟାଚରୁ ବୁମରା ବାଦ୍ ପଡିପାରନ୍ତି । ବୁମରା ପିଠି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ବର୍ଡର ଗାଭାସ୍କର ଟ୍ରଫିର ୫ମ ତଥା ଶେଷ ଟେଷ୍ଟ ମ୍ୟାଚରେ ବୁମରା ସ୍କାନିଂ ପାଇଁ ହସପିଟାଲ ଯାଇଥିଲେ ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବର୍ଡର ଗାଭାସ୍କାର ଟ୍ରଫି ସମୟରେ ପିଠି ମାଂସପେଶୀ ଯନ୍ତ୍ରଣାରେ ଝଟପଟ ହୋଇଥିଲେ ବୁମରା । ଖବୁଶୀଘ୍ର ବୁମରା ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ ଏକାଡେମୀରେ ରିପୋର୍ଟ କରିବେ । ବୁମରା ଆହତ ସମସ୍ୟା ନେଇ ଏନସିଏ ରିପୋର୍ଟ କରିବେ ବୋଲି ଏକ ସୂତ୍ରରୁ ଜଣାପଡିଛି । ବୁମରା ୩ ସପ୍ତାହ ପର୍ଯ୍ୟନ୍ତ ଏନସିଏରେ ରହିବେ । ଆଉ ଖୁବଶୀଘ୍ର ସୁସ୍ଥ ହେବେ ବୋଲି ବୁମରା କହିଛନ୍ତି । ତେବେ ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ ଚୟନକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ତାଙ୍କ ଫିଟନେସ ରିପୋର୍ଟ ଦେଖି ଚୟନକର୍ତ୍ତା ଟିମ ଅନ୍ତିମ ନିଷ୍ପତ୍ତି ନେବେ ।  ମାର୍ଚ୍ଚ ପୂର୍ବରୁ ବୁମରା ସଂପୂର୍ଣ୍ଣ ଭାବେ ଫିଟ୍ ହୋଇପାରନ୍ତି ।

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ୧୯ ଫେବୃଆରୀର ୯ ମାର୍ଚ୍ଚ ପର୍ଯ୍ୟନ୍ତ ପାକିସ୍ତାନରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଆଇସିସି ଦିନିକିଆ ରାଙ୍କିଂର ଟପ୍ ୮ ଟିମ୍ ଖେଳିବେ । ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍ ଘୋଷଣା ସମୟ ସୀମା ୧୨ ଜାନୁଆରୀ ରହିଥିଲା କିନ୍ତୁ ବିସିସିଆଇ ଏହାକୁ ଆଗକୁ ବଢାଇବା ପାଇଁ ଆଇସିସିକୁ ଦାବି କରିଛି ।

ଚାମ୍ପିଅନ୍ସ ଟ୍ରଫିରେ ଭାରତର ଶେଷ ଗ୍ରୁପ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ମାର୍ଚ୍ଚ ୨ ତାରିଖରେ ହେବ । ତେବେ ବୁମରା ସେପର୍ଯ୍ୟନ୍ତ ଠିକ୍ ହେବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ଏହାପୂର୍ବରୁ ଭାରତ ୨୦ ଫେବୃଆରୀରେ ବାଂଲାଦେଶ ଏବଂ ୨୩ ଫେବୃଆରୀରେ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବ ।

ସେପଟେ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଦାୟିତ୍ବ ମିଳିଛି । ସେହିପରି ଟିମକୁ ଫେରିଛନ୍ତି ମହମ୍ମଦ ଶାମି ।

ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଟିମ୍  :

ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ (ଉପ-ଅଧିନାୟକ), ହର୍ଷିତ ରାଣା, ଅର୍ଶଦୀପ ସିଂ, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ୱାଶିଂଟନ ସୁନ୍ଦର, ଧ୍ରୁବ ଜୁରେଲ