ୱିଜଡନ ଆୱାର୍ଡସ : ଜସପ୍ରୀତ ବୁମରା ଏବଂ ସ୍ମୃତି ମନ୍ଧାନା ସର୍ବଶ୍ରେଷ୍ଠ କ୍ରିକେଟର, ଟି୨୦ ପାଇଁ ଚୟନ ହେଲେ ନିକୋଲସ ପୁରନ

ଦୁନିଆର ସର୍ବଶ୍ରେଷ୍ଠ କ୍ରିକେଟରଙ୍କ ନାମ ଘୋଷଣା କରିଛି ୱିଜଡନ୍ । ୨୦୨୪ ବର୍ଷ ପାଇଁ ଭାରତୀୟ କ୍ରିକେଟ ସ୍ମୃତି ମନ୍ଧାନା ଏବଂ ଜସପ୍ରୀତ ବୁମରାଙ୍କୁ ଏହି ସମ୍ମାନ ମିଳିଛି । ଟି୨୦ରେ ଏହି ସମ୍ମାନ ୱେଷ୍ଟଇଣ୍ଡିଜ ୱିକେଟକିପର ନିକୋଲସ ପୁରନଙ୍କୁ ମିଳିଛି ।
ଜସପ୍ରୀତ ବୁମରା ଇଣ୍ଡିଆ ପାଇଁ ୪୫ ଟେଷ୍ଟ ମ୍ୟାଚରେ ୧୯.୪୦ ପ୍ରତିଶତରେ ୨୦୪ ୱିକେଟ ନେଇଛନ୍ତି । ୮୯ ଦିନିକିଆରେ ୧୪୯ ୱିକେଟ ନେଇଥିବା ବେଳେ ଟି୨୦ରେ ୭୦ଟି ମ୍ୟାଚ ଖେଳି ୨୯୭ ୱିକେଟ ନେଇଛନ୍ତି ।
ସ୍ମୃତି ମନ୍ଧାନା ଏହି ପୁରସ୍କାର ଦ୍ବିତୀୟ ଥର ପାଇଁ ଜିତିଛନ୍ତି । ପ୍ରଥମେ ୨୦୧୮ରେ ୱିଜଡନ କ୍ରିକେଟର ଅଫ ଦ ଇଅର ପୁରସ୍କାର ପାଇଥିଲେ । ମନ୍ଧାନା ୨୦୨୪ରେ କ୍ରିକେଟର ସମସ୍ତ ଫର୍ମାଟରେ ୧୬୦୦ରୁ ଅଧିନ ରନ୍ କରି ୱିଜନରେ ଦୁନିଆର ଶ୍ରେଷ୍ଠ ମହିଳା ଖେଳାଳି ପୁରସ୍କାର ଜିତିଛନ୍ତି ।
ସେହିପରି ୱେଷ୍ଟଇଣ୍ଡିଜ ୱିକେଟକିପର ନିକୋଲସ ପୁରନ ୨୦୨୪ରେ ଟି୨୦ରେ ୧୪୨ ଷ୍ଟ୍ରାଇକ ରେଟରେ ୪୬୪ ରନ୍ କରିଛନ୍ତି ।
ୱିଜଡନ ପକ୍ଷରୁ ଏହି ୩ ଖେଳାଳିଙ୍କ ବ୍ୟତୀତ ୫ ସର୍ବଶ୍ରେଷ୍ଠ ଖେଳାଳି ମଧ୍ୟ ଚୟନ କରିଛି । ଏଥିରେ ଗସ୍ ଏଟକିଂସନ, ଲିୟାନ ଡାସନ, ସୋଫି ଏକ୍ଲେଷ୍ଟୋନ, ଜେମି ସ୍ମିଥ ଏବଂ ଡନ୍ ବେରୋଲ ସାମିଲ ରହିଛନ୍ତି ।
ୱିଜଡନ ପୁରସ୍କାର କ୍ରିକେଟରେ ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ମଧ୍ୟରେ ଅନ୍ୟତମ । ଏହି ପୁରସ୍କାର କ୍ରିକେଟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମିଳିଥାଏ । ଏହା ଏକ ବାର୍ଷିକ ପ୍ରକାଶନ ।
Also Read : ବାର୍ଷିକ ଚୁକ୍ତି ତାଲିକା ଜାରି କଲା ବିସିସିଆଇ, ଗ୍ରେଡ ଏ+ରେ ଚାରିଜଣ ସିନିଅର ଖେଳାଳିଙ୍କ ନାମ, ଫେରିଲେ ଶ୍ରେୟସ ଏବଂ…