ଯଶପ୍ରୀତ ବୁମ୍‌ରାହ ହେଲେ ‘ପ୍ଲେୟାର ଅଫ୍ ଦି ମନ୍ଥ୍‌’, ଚମତ୍କାର ପ୍ରଦର୍ଶନ ପାଇଁ ମିଳିଲା ICCର ବଡ଼ ଆଓ୍ଵାର୍ଡ

ଯଶପ୍ରୀତ ବୁମ୍‌ରାହ ଟି୨୦ ବିଶ୍ୱକପ୍‌ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଟିମ୍ ଇଣ୍ଡିଆର ବିଜୟରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ବୁମ୍‌ରାହଙ୍କୁ ‘ପ୍ଲେୟାର ଅଫ୍ ଦି ଟୁର୍ନାମେଣ୍ଟ’ ଚୟନ କରାଯାଇଥିଲା । ଏବେ ତାଙ୍କୁ ଆଉ ଏକ ବଡ଼ ଆଓ୍ଵାର୍ଡ ମିଳିଛି ।

ବୁମ୍‌ରାହଙ୍କୁ ୨୦୨୪ ଜୁନ୍ ପାଇଁ ଆଇସିସି ‘ମେନ୍ସ ପ୍ଲେୟାର ଅଫ୍ ଦି ମନ୍ଥ୍‌’ ଭାବେ ମନୋନୀତ କରିଛି । ଏହି ତାଲିକାରେ ସ୍ମୃତି ମନ୍ଧାନାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚରେ ମନ୍ଧାନା ଦମ୍‌ଦାର ପ୍ରଦର୍ଶନ କରିଥିଲେ ।

ଏହି ଆଓ୍ଵାର୍ଡ ଜିତିବା ପରେ ବୁମ୍‌ରାହ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଆଇସିସି ଅନୁସାରେ ବୁମ୍‌ରାହ କହିଛନ୍ତି ଯେ ‘ମୁଁ ଏହି ଟାଇଟଲ୍ ଜିତି ବହୁତ ଖୁସି । ଏହା ମୋ ପାଇଁ ସୌଭାଗ୍ୟର କଥା । କିଛି ସପ୍ତାହ ମୋ ପାଇଁ ବହୁତ ସ୍ମରଣୀୟ ରହିଛି । ଏକ ଟିମ୍‌ ଭାବରେ ଉତ୍ସବ ପାଳନ ପାଇଁ ଆମ ପାଖରେ ବହୁତ କିଛି ଥିଲା । ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିବା ଏବଂ ଟ୍ରଫି ଉଠାଇବା ବହୁତ ଖାସ୍‌ ରହିଥିଲା’ ।

କହି ରଖୁଛୁ, ‘ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ୍‌’ର ଟାଇଟଲ୍ ଜିତିବାରେ ଯଶପ୍ରୀତ୍‌ ବୁମ୍‌ରାହ ହେଉଛନ୍ତି ଦ୍ୱିତୀୟ ଭାରତୀୟ ବୋଲର । ତାଙ୍କ ପୂର୍ବରୁ ଭୁବନେଶ୍ୱର କୁମାର ଏହି ଆଓ୍ଵାର୍ଡ ଜିତିଥିଲେ । ୨୦୨୧ ଜାନୁୟାରୀ ପାଇଁ ସେ ପ୍ଲେୟାର ଅଫ୍ ଦି ମନ୍ଥ୍‌ ଭାବରେ ମନୋନୀତ ହୋଇଥିଲେ । ବର୍ତ୍ତମାନ ତାଲିକାରେ ବୁମ୍‌ରାହଙ୍କ ନାମ ଯୋଡ଼ି ହୋଇଛି ।

Leave A Reply

Your email address will not be published.