‘ମୋ ପୁଅ ତୁମମାନଙ୍କ ମନୋରଞ୍ଜନର ପାର୍ଟ ନୁହେଁ’ : ସଞ୍ଜନା ଗଣେଷନ

ରାଗିଗଲେ ଜସ୍‌ପ୍ରୀତ ବୁମରା ପତ୍ନୀ ସଞ୍ଜନା । ମୁମ୍ୱାଇ-ଲକ୍ଷ୍ନୌ ମ୍ୟାଚ ବେଳେ ତାଙ୍କ ପୁଅକୁ ନେଇ ମଜାକ ଉଡ଼ାଇବାକୁ ରାଗିଯାଇଛନ୍ତି ସଞ୍ଜନା । ନିଜ ପୁଅ ଅଙ୍ଗଦ ସହ ଷ୍ଟାଡିୟମରେ ବସି ମ୍ୟାଚ୍ର ମଜ୍ଜା ନେଉଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ମ୍ୟାଚ ଦେଖୁଥିବା ସମୟରେ କିଛି ୟୁଜର୍ସ ବୁମରାଙ୍କ ପୁଅର ମୁହଁ ଦେଖି କିଛି କମେଣ୍ଟ ଦେଇଥିଲେ । ଯାହାକୁ ଦେଖିବା ପରେ ରାଗିଯାଇଥିଲେ ସଞ୍ଜନା । ସଞ୍ଜନା କହିଥିଲେ କି, ମୋ ପୁଅ ଅଙ୍ଗଦ ଆପଣଙ୍କ ମନୋରଞ୍ଜନର ପାର୍ଟ ନୁହେଁ କି, ତମେମାନେ ତାର ମଜାକ୍ ଉଡେଇବ ।

ସଞ୍ଜନାଙ୍କ କହିବା କଥା କ୍ୟାମେରା ଭର୍ତ୍ତି ଷ୍ଟାଡିୟମରେ ମୁଁ ପୁଅକୁ ଆଣିବାର ପରିଣାମ ବହୁତ ଭଲ ଭାବେ ବୁଝିସାରିଛି । ମୁଁ ଓ ମୋ ପୁଅ କେବଳ ସେଠାକୁ ଯାଇଥିଲି ଜସପ୍ରୀତଙ୍କୁ ଚିୟର ଅପ୍ କରିବାକୁ ଆଉ କିଛି ନୁହେଁ । ଜସପ୍ରୀତ ବୁମରା ଓ ତାଙ୍କ ପତ୍ନୀ ସୋସିଆଲ ମିଡିଆରେ ନିଜ ପୁଅକୁ ଦୂରେଇ ରଖନ୍ତି ।

ଦେଢ ବର୍ଷର ପିଲାକୁ ଟ୍ରମା ଏବଂ ଡିପ୍ରେସନ ଭଳି ଶବ୍ଦ ପ୍ରୟୋଗ କରିବା ଯଥାର୍ଥ ନୁହେଁ । ବାସ୍ତବରେ ଏହା ବହୁତ ଦୁଃଖଦ ଘଟଣା । ତାଙ୍କ କହିବା କଥା ତମେ ଆମ ପୁଅ ବିଷୟରେ କିଛି ଜାଣିନ, ଆମ ଜୀବନ ବିଷୟରେ ବି କିଛି ଜାଣିନ । ମୋର ଅନୁରୋଧ କି, ଆପଣମାନେ ସୋସିଆଲ ମିଡିଆରେ ରାୟ କିଛି ଦିଅନ୍ତୁ ନାହିଁ । ଆପଣ ଅନାବଶ୍ୟକ ରାୟ ଦିଅନ୍ତୁ ନାହିଁ ।

ସୂଚନାଯୋଗ୍ୟ, ଜସପ୍ରୀତ ବୁମରା ଏବଂ ସଞ୍ଜନା ୨୦୨୧ରେ ବିବାହ କରିଥିଲେ । ୨୦୨୩ରେ ସଞ୍ଜନା ପୁଅ ଅଙ୍ଗଦକୁ ଜନ୍ମ ଦେଇଥିଲେ ।

Also Read : ରିଷଭ ପନ୍ତଙ୍କ ଉପରେ ୨୪ ଲକ୍ଷର ଫାଇନ ଲଗାଇଲା ବିସିସିଆଇ, ଟିମ ଉପରେ ମଧ୍ୟ ଜରିମାନା