ICC ଚେୟାରମ୍ୟାନ ହୋଇପାରନ୍ତି ଜୟ ଶାହ, ତୃତୀୟ ଟର୍ମ ରେସରୁ ଓହରିଲେ ଗ୍ରେଗ ବାର୍କଲେ

ବିସିସିଆଇ ସଚିବ ଜୟ ଶାହ ହୋଇ ପାରନ୍ତି ଆଇସିସିର ନୂଆ ଚେୟାରମ୍ୟାନ୍‌ । ଆଇସିସିର ବର୍ତ୍ତମାନ ଚେୟାରମ୍ୟାନ ଗ୍ରେଗ୍‌ ବାର୍କଲେଙ୍କ କାର୍ଯ୍ୟକାଳ ୩୦ ନଭେମ୍ବରରେ ଶେଷ ହେବାକୁ ଯାଉଛି । ତୃତୀୟ ଟର୍ମ ରେସରୁ ଗ୍ରେଗ ବାର୍କଲେ ଓହରିବା ପରେ ଜୟଙ୍କ ଦାବିଦାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ତୃତୀୟ ଟର୍ମ ପାଇଁ ଆଜି ରେସରୁ ଓହରିଛନ୍ତି ଗ୍ରେଗ । ଏହା ପରେ ଜୟଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ଅଗଷ୍ଟ ୨୭ରେ ଜୟଙ୍କ ନାମକୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିବ । କାରଣ ଆଇସିସି ଚେୟାରମ୍ୟାନ ପାଇଁ ନାମାଙ୍କନ ଦାଖଲ ଶେଷ ତାରିଖ ହେଉଛି ଅଗଷ୍ଟ ୨୭ । ଆଇସିସି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ଦୁଇ -ଦୁଇ ବର୍ଷ ପାଇଁ ତିନିଟି ଟର୍ମ ଥାଏ । ନ୍ୟୁଜିଲାଣ୍ଡର ଗ୍ରେଗ ଆଇସିସି କହିଛି କି, ଆଇସିସିର ଚେୟାରମ୍ୟାନ ବାର୍କଲେଙ୍କ ୪ ବର୍ଷ ପୁରା ହୋଇଛି । ଏବେ ସେ ତୃତୀୟ ଟର୍ମ ପାଇଁ ଛିଡା ହେବେନି । ନଭେମ୍ବର ଶେଷରେ ଦ୍ବିତୀୟ ଟର୍ମ କାର୍ଯ୍ୟକାଳ ଶେଷ ହେଲେ ପଦ ଛାଡିବେ । ବାର୍କଲେଙ୍କୁ ୨୦୨୦ ନଭେମ୍ବରରେ ସ୍ବତନ୍ତ୍ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲା ଆଇସିସି । ୨୦୨୨ରେ ଦ୍ବିତୀୟ ଥର ପାଇଁ ପଦ ସମ୍ଭାଳିଥିଲେ ।

ଆଇସିସି ନିୟମ ଅନୁଯାୟୀ ଆଇସିସି ଅଧ୍ୟକ୍ଷ ପାଇଁ ୧୬ଟି ଭୋଟ ଥାଏ । ବିଜୟୀ ହେବାକୁ ଆବଶ୍ୟକ ୯ ଟି ଭୋଟ । ଅର୍ଥାତ ୫୧ ପ୍ରତିଶତ ଭୋଟ ଆବଶ୍ୟକ । ନୂଆ ଅଧ୍ୟକ୍ଷ ଭାବେ ଜୟ ଶାହ ନିର୍ବାଚିତ ହେଲେ ଡିସେମ୍ବରରୁ ଆରମ୍ଭ ହେବ କାର୍ଯ୍ୟକାଳ । ୨୭ ଅଗଷ୍ଟରେ ଆଗାମୀ ଅଧ୍ୟକ୍ଷ ପାଇଁ ନାମାଙ୍କନ ପ୍ରସ୍ତୁତ ହୋଇସାରିଛି । ଯଦି ଜଣେରୁ ଅଧିକ ଆବେଦନ କରାଯାଏ, ତେବେ ନିର୍ବାଚନ ହେବ । ଆଉ ନୂଆ ଚେୟାରମ୍ୟାନ କାର୍ଯ୍ୟକାଳ ଡିସେମ୍ବର ୨୦୨୪ରୁ ଆରମ୍ଭ ହେବ ।

ତେବେ ଜୟ ଶାହ ଆଇସିସି ବୋର୍ଡରେ ସବୁଠାରୁ ପ୍ରଭାବଶାଳୀ ଚେହେରା ଭାବେ ଜଣାଶୁଣା । ତେବେ ଭୋଟିଂ କରିବାକୁ ଥିବା ୧୬ ସଦସ୍ୟଙ୍କ ସହିତ ତାଙ୍କର ଭଲ ସଂପର୍କ ରହିଛି । ବର୍ତ୍ତମାନ ବିସିସିଆଇ ସଚିବ ଭାବେ ୧ ବର୍ଷ କାର୍ଯ୍ୟକାଳ ରହିଛି ।

You might also like