ରଣଜୀ ଲଢ଼େଇ : ଝାଡ଼ଖଣ୍ଡକୁ ୧୭୨ ରନ୍‌ରେ ଝାଡ଼ି ଦେଲେ ଓଡ଼ିଶା ପେସ୍‌ ବୋଲର୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶା ପେସ୍‌ ବୋଲର୍‌ ବସନ୍ତ ମହାନ୍ତି ୪ଟି ଏବଂ ରାଜେଶ ମହାନ୍ତି ୩ଟି ଓ୍ଵିକେଟ୍‌ ଦଖଲ କରି ରଣଜୀ ମ୍ୟାଚ୍‌ରେ ଝାଡ଼ଖଣ୍ଡକୁ ୧୭୨ ରନ୍‌ରେ ଅଲ୍‌ଆଉଟ୍‌ କରି ଦେଇଛନ୍ତି । ତେବେ ଜବାବରେ ଓଡ଼ିଶା ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମନା କରି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ମାତ୍ର ୨୭ ରନ୍‌ରେ ପ୍ରମୁଖ ୩ଟି ଓ୍ଵିକେଟ୍‌ ହରାଇଛି । ଅନୁରାଗ ଷଡ଼ଙ୍ଗୀ ଓ ଅଧିନାୟକ ବିପ୍ଳବ ସାମନ୍ତରାୟ ଅପରାଜିତ ଅଛନ୍ତି । ମାତ୍ର ୭ ରନ୍‌ରେ ଓଡ଼ିଶା ତାର ଏହି ୩ଟି ଯାକ ଓ୍ଵିକେଟ୍‌ ହରାଇଥିଲା । ଆଜି ପ୍ରଥମ ଦିନରେ ମୋଟ୍‌ ୧୩ଟି ଓ୍ଵିକେଟ୍‌ର ପତନ ଘଟିଛି ।

ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ଠାରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ଟସ୍‌ ଜିତି ଝାଡ଼ଖଣ୍ଡକୁ ପ୍ରଥମେ ବ୍ୟାଟିଂ ଦେଇଥିଲା । ଲଞ୍ଚ ସୁଦ୍ଧା ଓଡ଼ିଶା ବୋଲର ମାତ୍ର ୮୨ ରନ୍‌ରେ ଘରୋଇ ଦଳର ୩ଟି ଓ୍ଵିକେଟ୍‌ ଝଡ଼ାଇ ଦେଇଥିଲେ । ପରେ ୭୨ ଓଭର ଭିତରେ ସବୁ ଓ୍ଵିକେଟ୍‌ ପଡ଼ି ଯାଇଥିଲା । ଘରୋଇ ଦଳର ଇଶାଙ୍କ ଜଗ୍ଗି ସର୍ବାଧିକ ୩୪ ରନ୍‌ ସ୍କୋର କରିଥିଲେ । ୪୪ ରନ୍‌ ଦେଇ ୫ ଓ୍ଵିକେଟ୍‌ ନେଇଥିବା ବସନ୍ତ ଓପ୍ନର କୁମାର ଦେଓବ୍ରତଙ୍କ ଓ୍ଵିକେଟ୍‌ରୁ ଆରମ୍ଭ କରିଥିଲେ ଏବଂ ମୁଣ୍ଡି ମାରିଥିଲେ ଶେଷ ବ୍ୟାଟ୍ସମ୍ୟାନ୍‌ ଆଶିଷ କୁମାରଙ୍କ ଓ୍ଵିକେଟ୍‌ରେ ।
ପୁଲ୍‌ ‘ସି’ରେ ଓଡ଼ିଶା ଏଯାଏ ୪ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ସହ ମୋଟ୍‌ ୧୩ ପଏଣ୍ଟ ହାସଲ କରି ପଞ୍ଚମ ସ୍ଥାନରେ ରହିଛି ।

ସ୍କୋର : ଝାଡ଼ଖଣ୍ଡ ପ୍ରଥମ ଇନିଂସ୍‌-୧୭୨ ଅଲଆଉଟ୍‌, ୭୧.୧ ଓଭର (କୁମାର ଦେଓବ୍ରତ ୨୯, ନଜିମ ସିଦ୍ଦିକି ୨୩, ଇଶାଙ୍କ ଜଙ୍ଗି ୩୪ । ବସନ୍ତ ମହାନ୍ତି ୧୮.୧-୫-୪୪-୫, ରାଜେଶ ମହାନ୍ତି ୨୨-୪-୫୧-୩ ।)

ଓଡ଼ିଶା ପ୍ରଥମ ଇନିଂସ୍‌-୨୭/୩, ୧୩ ଓଭର (ଅନୁରାଗ ଅପରାଜିତ ୯, ରାଜେଶ ଧୁପର ୦, ଗୋବିନ୍ଦ ପୋଦ୍ଦାର ୪, ଶୁଭ୍ରାଂଶୁ ସେନାପତି ୦, ବିପ୍ଳବ ଅପରାଜିତ ୧୦ । ବରୁଣ ଆରୋନ୍‌ ୬-୧-୨୨-୨) ।

You might also like