ଆଉ ଦେଖିବାକୁ ମିଳିବନି ସୁଇଂ ବୋଲର ଝୁଲଣ ଗୋସ୍ୱମୀଙ୍କ ଜଲୱା, ଅନ୍ତର୍ଜାତୀୟ କ୍ରିକେଟକୁ କଲେ ଅଲବିଦା

କେନ୍ୟୁଜ୍(ବ୍ୟୁରୋ): ଆଉ ଦେଖିବାକୁ ମିଳିବନି ଭାରତୀୟ ମହିଳା କ୍ରିକେଟ ଦଳର ସୁଇଂ ବୋଲର ଝୁଲଣ ଗୋସ୍ୱମୀଙ୍କ ଜଲୱା । ଦୀର୍ଘ ୨୦ ବର୍ଷ ଧରି ଖେଳି ଆସୁଥିବା ଝୁଲଣ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଇଂଲଣ୍ଡର ଐତିହାସିକ ଲର୍ଡସ ପଡ଼ିଆରେ ସେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି । ଏହି ମ୍ୟାଚରେ ଭାରତୀୟ ମହିଳା ଦଳ ରୋମାଞ୍ଚକର ଭାବେ ଜିତି ଝୁଲଣଙ୍କ ବିଦାୟ ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିଛି । ଲର୍ଡସରେ ଶେଷଥର ପାଇଁ ବ୍ୟାଟିଂ କରିବାକୁ ଆସିବା ବେଳେ ଝୁଲଣଙ୍କୁ ଇଂଲଣ୍ଡର ଖେଳାଳିମାନେ ଗାର୍ଡ ଅଫ ଅନର ଦେଇଥିଲେ । ଝୁଲଣ ଏହାକୁ ହାତ ହଲାଇ ସ୍ୱୀକାର କରିଥିଲେ ।

୨୦୦୭ ପରେ ଭାରତୀୟ ମହିଳା ଦଳ କେବଳ ଇଂଲଣ୍ଡରେ ଦିନିକିଆ ସିରିଜ୍‌ ଜିତିବା ସହ ୩-୦ରେ ସିରିଜକୁ କ୍ଲିନ ସୁଇପ କରିଛି । ଶେଷ ମ୍ୟାଚରେ ଝୁଲଣ ୧୦ ଓଭର ବୋଲିଂ କରି ୩୦ ରନ ଦେବା ସହ ୨ଟି ୱିକେଟ ମଧ୍ୟ ଦଖଲ କରିଛନ୍ତି । ଝୁଲଣଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ପୂର୍ବରୁ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କାନ୍ଦି ପକାଇଥିଲେ । ମ୍ୟାଚ ପୂର୍ବରୁ ୩୯ ବର୍ଷୀୟ ଝୁଲଣ ଗୋସ୍ୱାମୀଙ୍କୁ ସ୍ୱତନ୍ତ୍ର ମୋମେଣ୍ଟୋ ଦିଆଯାଇଥିଲା । ଝୁଲଣ ବିଶ୍ୱର ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର । କ୍ରିକେଟର ୩ଟି ଯାକ ଫର୍ମାଟରେ ମୋଟ ୩୫୫ ୱିକେଟ ଦଖଲ କରିଛନ୍ତି । ବିଶ୍ୱକପରେ ମଧ୍ୟ ସର୍ବାଧିକ ୪୩ଟି ୱିକେଟ ନେବାର ରେକର୍ଡ ତାଙ୍କ ନାଁରେ ରହିଛି ।

Leave A Reply

Your email address will not be published.