WWE ରୁ ଅବସର ନେଲେ ଜନ ସିନା, ୨୦ ବର୍ଷରୁ ଅଧିକ ଲମ୍ବା କ୍ୟାରିଅରକୁ ଦେଲେ ବିଶ୍ରାମ

WWE ରୁ ଅବସର ଘୋଷଣା କରିଛନ୍ତି ୧୬ ଥରର ବିଶ୍ୱ ଚାମ୍ପିୟନ ଜନ୍ ସିନା । ଜନ ସିନାଙ୍କ ଅବସର ବିଷୟରେ ଶୁଣି ଫ୍ୟାନ୍ସଙ୍କୁ ବଡ ଝଟକା ଲାଗିଛି । ଟରୋଣ୍ଟୋରେ ମନୀ ଇନ୍ ଦିନ ବ୍ୟାଙ୍କ ଲାଇଭ୍ ଇଭେଣ୍ଟ ଅବସରରେ ସିନା ଏହି ଘୋଷଣା କରିଛନ୍ତି । ସିନା ଏକ ନୂଆ ଟି-ଶାର୍ଟ ପିନ୍ଧିଥିବା ବେଳେ ସେଥିରେ ‘ଦି ଲାଷ୍ଟ ଟାଇମ୍ ଇଜ୍ ନାଓ’ ଲେଖାଥିଲା ।

ଜନ ସିନା ୨୦୦୨ରେ ୱାର୍ଲ୍ଡ ରେସଲିଂ ଏଣ୍ଟରନେଟମେଣ୍ଟ (ଡବ୍ଲ୍ୟୁଡବ୍ଲ୍ୟୁଇ) ରେ ଡେବ୍ୟୁ କରିଥିଲେ । ସେ ୨୦ ବର୍ଷରୁ ଅଧିକ ସମୟ ଡବ୍ଲ୍ୟୁଡବ୍ଲ୍ୟୁଇକୁ ଦେଇଛନ୍ତି । ଏହା ଜରିଆରେ ଫ୍ୟାନ୍ସଙ୍କ ମନୋରଂଜନ କରିଛନ୍ତି । WWE ରିଙ୍ଗରେ ଜନ ସିନାଙ୍କ ସହିତ ଦ ରକ୍‌, ଟ୍ରିପଲ ଏଚ ଏବଂ ରେଣ୍ଡି ଆର୍ଟନଙ୍କ ଫାଇଟ ଦେଖିବାକୁ ମିଳିଛି । ଏହି ବିଶ୍ୱ ଚାମ୍ପିଅନ ଶେଷ ଥର ପାଇଁ ରେସଲମେନିୟାରେ ରେସଲ କରିବେ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା ।

୨୦୦୨ରେ ଡବ୍ଲ୍ୟୁଡବ୍ଲ୍ୟୁଇରେ ଡେବ୍ୟୁ କରିଥିଲେ ଓ ଜୁନରେ ସ୍ମେକଡାଉନର ଏକ ଏପିସୋଡ ଅବସରରେ କୁର୍ଟ ଏଙ୍ଗଲର ଓପନ ଚାଲେଞ୍ଜକୁ ଜବାବ ଦେଇଥିଲେ । ସେ ଫ୍ୟାନ୍ସଙ୍କ ମଧ୍ୟରେ ଖୁବଶୀଘ୍ର ପ୍ରସିଦ୍ଧି ଅର୍ଜନ କରିଥିଲେ ଓ ନିଜ କ୍ୟାରିୟରର ପ୍ରଥମ ଡବ୍ଲୁଡବ୍ଲ୍ୟୁଇ ଚାମ୍ପିୟନସିପ୍ ଜିତିଥିଲେ । ଏଥିସହିତ ସେ ୧୩ ଥର ଡବ୍ଲ୍ୟୁଡବ୍ଲ୍ୟୁଇ ଟାଇଟଲ ଜିତିଥିଲେ । ୩ ଥର ୱାର୍ଲ୍ଡ ହେଭିୱେଟ ଚାମ୍ପିୟନଶିପ ଜିତିଥିଲେ ଓ ୨ ଥର ରୟାଲ ରମ୍ବଲ ଜିତିଥିଲେ । ହଲିଉଡରେ ବ୍ୟସ୍ତ ରହିବା କାରଣରୁ ସିନା ଗତ କିଛି ବର୍ଷ ହେଲା ଡବ୍ଲ୍ୟଡବ୍ଲ୍ୟୁଇରେ ଅଧିକ ସମୟ ଦେଇ ପାରିନଥିଲେ ।

ଜନ ସିନା ହଲିଉଡ ଫିଲ୍ମ ଫ୍ରିଲାନ୍ସ, ଦ ମରିନ, ହିଡନ ଷ୍ଟ୍ରାଇକ, ଦ ଓ୍ଵାଲ, ବ୍ଲାକର୍ସ, ଦ ସୁସାଇଡ ସ୍କ୍ଵାର୍ଡ, ଡେଡିଜ ହୋମ, ବାର୍ବି, ଜ୍ୟାକପଟ, ପ୍ଲେଇଂ ଓ୍ଵିଥ ଫାୟାର ଏବଂ ଦ ରିୟୁନିୟନରେ କାମ କରିଛନ୍ତି । ୨୦୦୬ରେ ଫିଲ୍ମ ଦ ମରିନ ଜରିଆରେ ଡେବ୍ୟୁ କରିଥିଲେ ।