ପ୍ରଥମ ଟି୨୦ ହାରିବା ପରେ ଟିମ ଇଣ୍ଡିଆର ପ୍ରଶଂସା କଲେ ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର, ଟିମର ଆକ୍ରାତ୍ମକ ଖେଳ ଦେଖି ହେଲେ ଆଶ୍ଚର୍ଯ୍ୟ

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଭାରତ ଟୁରରେ ଆସିଛି ଇଂଲଣ୍ଡ । ୫ଟିମ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପରେ ୩ଟି ଦିନିକିଆ ମ୍ୟାଚ ସିରିଜ ଖେଳାଯିବ । ଟି୨୦ ସିରିଜ ଆରମ୍ଭ ଜାନୁଆରୀ ୨୨ରେ ହୋଇଥିବା ବେଳେ ପ୍ରଥମ ମ୍ୟାଚକୁ ୭ ୱିକେଟରେ ଜିତିନେଇଛି ଭାରତ । ଏହି ବିଜୟ ପରେ ଟିମ୍ ଇଣ୍ଡିଆ ଖୁସି ମନାଇଥିବା ବେଳେ ଇଂଲଣ୍ଡ ଡ୍ରେସିଂ ରୁମରେ ନିରାଶା ଦେଖିବାକୁ ମିଳିଛି ।

୫ଟି ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ ହାରିବା ପରେ ଇଂଲଣ୍ଡର ଅଧିନାୟକ ଜୋସ ବଟଲର ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି । ଚୋଫ୍ରା ଆର୍ଚର ଏବଂ ମାର୍କ ଉଡଙ୍କୁ ପ୍ରଂଶସା କରିଥିବା ବେଳେ ଭାରତୀୟ ଟିମର ଆକ୍ରାତ୍ମକ ଖେଳ ଦେଖି ପ୍ରଶଂସା କରିଛନ୍ତି ।

ସେ କହିଛନ୍ତି, ଆମେ ମଧ୍ୟ ଆକ୍ରାତ୍ମକ ଖେଳି ଦର୍ଶକଙ୍କୁ ମଜା ଦେବାକୁ ଚାହୁଁଛୁ । ଆମେ ଏମିତି ଟିମ୍ ବିପକ୍ଷରେ ଖେଳୁଛୁ, ଯାହା ନିଜେ ଆକ୍ରାତ୍ମକ । ତେଣୁ ମୁକାବିଲା ରୋମାଞ୍ଚକ ହେବ । ପ୍ରତି ମଇଦାନରେ ପରିସ୍ଥିତିକୁ ଆକଳନ କରିବା ଜରୁରୀ, ଯାହାଫଳରେ ସେହି ଅନୁସାରେ ଖେଳାଳି ଖେଳିପାରିବ । ଏହାସହିତ ଭାରତୀୟ ଟିମର ପ୍ରଶଂସା କରିଛନ୍ତି ଇଂଲଣ୍ଡ ଟିମର ଅଧିନାୟକ ।

କୋଲକାତା ଇଡେନ ଗାର୍ଡେନ ପ୍ରଥମ ଟି୨୦କୁ ୭ ଓ୍ୱିକେଟରେ ଜିତିଲା ଭାରତ । ଅଭିଷେକ ଶର୍ମାଙ୍କ ଧୂଆଁଧାର ୭୯ ରନ ବଳରେ ଭାରତ ମ୍ୟାଚ ଜିତି ନେଇଛି । ୧୩୩ ରନର ପିଛା କରୁଥିବା ଭାରତୀୟ ଦଳ ୩ ଓ୍ୱିକେଟ ହରାଇ ୧୨.୫ ଓଭରରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଓପନର ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଆରମ୍ଭରୁ ଆକ୍ରମଣାତ୍ମକ ଇଂନିସ ଖେଳିଥିଲେ । ସଞ୍ଜୁ ସାମସନ ୨୬ ରନ କରି ଆଉଟ ହେବା ପରେ ପାଳି ସମ୍ଭାଳିଥିଲେ ଅଭିଷେକ ଶର୍ମା । ଅଧିନାୟକ ସୂର୍ଯ୍ୟ କୁମାର ଯାଦବ କୌଣସି ରନ କରିନଥିଲେ ।

ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ଇଂଲିଣ୍ଡ ଟିମ ଆରମ୍ଭରୁ ୨ ଓ୍ୱିକେଟ ହରାଇଥିଲା । ପରେ ଅଧିନାୟକ ଜୋସ ବଟଲର ପାଳି ସମ୍ଭାଳିଥିଲେ । ସେ ୮ଟି ଚୌକା ଓ ୨ ଛକା ସହ ୬୮ ରନ କରିଥିଲେ । ହ୍ୟାରି ବ୍ରୁକ୍ ୧୭ ରନର ଇଂନିସ ଖେଳିଥିଲେ । ଏହି ଦୁଇ ଜଣଙ୍କ ବ୍ୟତିତ ଅନ୍ୟ କୌଣସି ବ୍ୟାଟର ଭାରତ ବୋଲରଙ୍କ ସାମ୍ନା କରିପାରିନଥିଲେ। ଦଳ ୨୦ ଓଭରରେ ୧୩୨ ରନ କରି ଅଲଆଉଟ୍ ହୋଇଯାଇଥିଲା ।

Also Read : BCCI ର ନୂଆ ଗାଇଡଲାଇନ୍ସ ଆରମ୍ଭ, କୋଲକତା ଷ୍ଟାଡିୟମକୁ ଏକାସାଙ୍ଗରେ ପହଞ୍ଚିଲେ ସମସ୍ତ ଖେଳାଳି

You might also like