ଅଷ୍ଟ୍ରେଲିଆକୁ ଝଟକା: ଗଲ୍ଫ ଖେଳୁଥିବା ବେଳେ କଟିଗଲା ଜୋସ୍‌ ଇଂଲିଶଙ୍କ ହାତ, ହସପିଟାଲରେ ଭର୍ତ୍ତି ହେଲେ ଖେଳାଳି

ଆଇସିସି ଟି-୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ଲାଗିଛି ବଡ ଝଟକା । ଅଷ୍ଟ୍ରେଲିଆ ଟିମର ଓ୍ଵିକେଟ କିପର ଜୋସ୍‌ ଇଂଲିଶଙ୍କ ହାତ କଟିଯାଇଛି। ଜୋସ୍‌ ଇଂଲିଶ ଦୁର୍ଘଟଣାର ଶିକାର ହେବା ପରେ ଅଷ୍ଟ୍ରେଲିଆ ଟିମକୁ ଝଟକା ଲାଗିଛି। ଜୋସ ଇଂଲିଶ ଲା ପରୋସରେ ନ୍ୟୁ ସାଉଥ ୱେଲ୍ସରେ ଗଲ୍ଫ କ୍ଲବରେ ଗଲ୍ଫ ଖେଳୁଥିବା ବେଳେ ଆହତ ହୋଇଥିଲେ। ଯାହାପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

ରିପୋର୍ଟ ଅନୁସାରେ, ଡେଭିଡ ଓ୍ଵାର୍ଣ୍ଣର, ମାର୍କସ ଷ୍ଟୋଇନିସ, ଗ୍ଲେମ ମ୍ୟାକ୍ସେଓ୍ଵଲ ସହିତ କୋଚ ଆଣ୍ଡ୍ର୍ୟୁ ମ୍ୟାକଡୋନଲ୍ସ ସହିତ ଜୋସ୍‌ ଇଂଲିଶ ମଧ୍ୟ ଗଲ୍ଫ ଖେଳିବାକୁ ଯାଇଥିଲେ। ଯେଉଁଠି ଗଲ୍ଫ ଖେଳିବା ବେଳେ ତାଙ୍କ ହାତ କଟିଯାଇଥିଲା। ଏହି ହାତ କଟିବା ଯୋଗୁଁ ତାଙ୍କର ବହୁତ ରକ୍ତ ବୋହିଥିଲା। ତେଣୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

ଇଂଲିଶ ଯେତେବେଳେ ବଲକୁ ତଳେ ମାରୁଥିଲେ ଗଲ୍ଫ ଷ୍ଟିକ ତାଙ୍କ ହାତରେ ବାଜିଥିଲା। ଫଳରେ ହାତ କଟିଯାଇଥିଲା। ଆଉ ଏହି କାରଣରୁ ଅନେକ ରକ୍ତ ବୋହିଥିଲା। ଏହି ଘଟଣା ପରେ ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଆହତ ଯୋଗୁଁ ଜୋସ ଇଂଲିଶ ହୁଏତ ଟିମ ସହିତ ପ୍ରଥମ ମ୍ୟାଚ୍‌ ଖେଳିନପାରନ୍ତି। ତାଙ୍କ ଡାହାଣ ହାତ କଟିଯାଇଛି। ତେବେ ଡାକ୍ତର ତାଙ୍କର ଚିକିତ୍ସା କରୁଛନ୍ତି। ଆଗକୁ ମ୍ୟାଚ ଖେଳିବେ ନାହିଁ ତାହା ଡାକ୍ତରଙ୍କ ପରାମର୍ଶ ପରେ ଜଣାପଡିବ।

ତେବେ ତାଙ୍କ ସଥାନରେ ମାଥ୍ୟୁ ୱେଡଙ୍କୁ ବ୍ୟାକଅପ୍‌ ପାଇଁ ରଖାଯାଇଛି। ପୂର୍ବରୁ ଟିମରେ ଷ୍ଟିଭ ସ୍ମିଥକୁ ନେଇ ସନ୍ଦେହ ରହିଥିଲା। ତେଣୁ ତାଙ୍କ ସ୍ଥାନରେ ମାଥ୍ୟୁ ୱେଡଙ୍କୁ ରଖାଯାଇଥିଲା। ଆଉ ଯଦି ଜୋସ ଇଂଲିଶ ଆହତଜନିତ ସମସ୍ୟା ଯୋଗୁଁ ନ ଖେଳନ୍ତି, ତେବେ ତାଙ୍କ ସ୍ଥାନରେ ମାଥ୍ୟୁ ୱେଡ ଖେଳିବେ।

Also Read : BCCI ର ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି, ନେଲେ ଗାଙ୍ଗୁଲିଙ୍କ ସ୍ଥାନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.