ଭାରତୀୟ ହକି ଟିମ୍‌ର ମନୋବଳ ବଢାଇଲେ କୈଳାସ ଖେର, କହିଲେ ‘ହକି ପାଇଁ ଓଡିଶାରେ ରହିଛି ସ୍ୱତନ୍ତ୍ର ସ୍ଥାନ’

ହକି ବିଶ୍ୱକପ ୨୦୨୩କୁ ନେଇ ସମଗ୍ର ଓଡିଶାରେ ବେଶ୍‌ କ୍ରେଜ ରହିଛି। ଚଳିତଥର ପୁରୁଷ ହକି ବିଶ୍ୱକପର ଆୟୋଜନ ଓଡିଶାରେ ହୋଇଛି। ଟିମ୍‌ ଇଣ୍ଡିଆ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍‌ ଖେଳିଛି। ଭାରତ ଗୋଟିଏ ମ୍ୟାଚ୍‌ ଜିତିଥିବା ବେଳେ ଆଉ ଗୋଟିଏ ମ୍ୟାଚ୍‌ ଡ୍ର ରହିଛି । ଭାରତୀୟ ହକି ଟିମ୍‌ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ବଲିଉଡର ଲୋକପ୍ରିୟ ଗାୟକ କୈଳାସ ଖେର ଓଡିଶା ଆସିଥିଲେ । ଭୁବନେଶ୍ୱର ଆସି ଭାରତୀୟ ହକି ଟିମ୍‌ ଖେଳାଳିଙ୍କୁ ସାକ୍ଷାତ କରିଥିଲେ । ଏହା ପରେ ଟ୍ଵିଟରରେ ଏକ ଫଟୋ ସେୟାର କରିଥିଲେ ।

କୈଳାସ ଖେର ଭୁବନେଶ୍ୱରରେ ଭାରତୀୟ ଖେଳାଳିଙ୍କ ସହିତ ସାକ୍ଷାତ କରିବା ସହିତ କଥା ମଧ୍ୟ ହୋଇଥିଲେ । ଯାହାର ଫଟୋ ଟ୍ଵିଟ୍‌ କରିଛନ୍ତି। କୈଳାସ ଏହା ସହିତ ଲେଖିଛନ୍ତି, ‘ ଓଡିଶା ଏପରି ସଜେଇ ହୋଇଛି, ଯେପରି କୌଣସି ଉତ୍ସବ। ଖେଳ ଏବଂ କଳାକୁ ଓଡିଶା ଲୋକେ ଆଜି ବି ବହୁତ ସମ୍ମାନ କରନ୍ତି। ଭୁବନେଶ୍ୱରରେ ପହଞ୍ଚି ଭାରତୀୟ ହକି ଟିମ୍‌ ସହିତ ସାକ୍ଷାତ କରିଛନ୍ତି । ଟିମର ଅଧିନାୟକ ଏବଂ ସମସ୍ତ ଖେଳାଳିଙ୍କ ସହିତ ମିଶି ବହୁତ ଗର୍ବ ଅନୁଭବ କରୁଛି ।

ସୂଚନାଯୋଗ୍ୟ, ଭାରତର ପ୍ରଥମ ମ୍ୟାଚ୍‌ ସ୍ପେନ ବିପକ୍ଷରେ ଖେଳିଥିଲା । ଭଲ ଖେଳି ଭାରତ ୨-୦ରେ ବିଜୟ ହାସଲ କରିଥିଲା। ଟିମ ଇଣ୍ଡିଆର ଖେଳାଳି ଭଲ ପ୍ରଦର୍ଶନ କରିଥିଲେ । ଏହା ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚ୍‌ ଡ୍ର ରହିଥିଲା। ଟିମ ଇଣ୍ଡିଆର ଶେଷ ମ୍ୟାଚ େଓ୍ଵଲସ ବିପକ୍ଷରେ ଖେଳିବ। ଏହି ମ୍ୟାଚ ୧୯ ଜାନୁଆରୀ ଭୁବନେଶ୍ୱରରେ ଖେଳାଯିବ । ଭାରତ ପୁଲ ଡି ଗ୍ରୁପରେ ଦ୍ୱିତୀୟ ସ୍ଥାନରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.