ପ୍ରତୀକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କନକକୁ ହରାଇ କଳିଙ୍ଗ ଟିଭି ହେଲା ଚମ୍ପିୟାନ

ଭୁବନେଶ୍ୱର (କେନ୍ୟୁଜ୍) : ଏଠାକାର ୟୁନିଟ୍-୬ ଗଙ୍ଗନଗର ସ୍ଥିତ ନେତାଜୀ ସ୍ପୋର୍ଟିଂ କ୍ଲବ ଆନୁକୁଲ୍ୟରେ ଚାଲିଥିବା ପ୍ରତୀକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି କଳିଙ୍ଗ ଟିଭିି ଚମ୍ପିୟାନ ହୋଇଛି । କନକକୁ ଫାଇନାଲରେ ହରାଇ ବିଜେତା ହୋଇଛି କଳିଙ୍ଗ ଟିଭି । ୫ ଓଭରରେ କଳିଙ୍ଗ ୫୬ ରନ୍‌ କରିଥିଲା। କନକ ୭ ରନ୍ ରେ କଳିଙ୍ଗ ଠାରୁ ପରାଜୟ ଲାଭ କରିଛି। କଳିଙ୍ଗର ଶୁଭେନ୍ଦୁ ଦାସ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ।

ପ୍ରତୀକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୩ୟ ସଂସ୍କରଣ ଶନିବାର ଦିନ ଉଦଘାଟିତ ହୋଇଥିଲା । ସେମିଫାଇନାଲ୍ ରେ କଳିଙ୍ଗ ଟିଭି ଟିମ୍ ଦୈନିକ ଖବର କାଗଜ ସକାଳ ଟିମ୍କୁ ହରାଇ ଫାଇନାଲ୍ ରେ ପ୍ରବେଶ କରିଥିଲା ।

ଉଦଘାଟନୀ ଦିବସରେ କର୍ପୋରେଟ ବିଭାଗରେ ଖେଳା ଯାଇଥିବା ମ୍ୟାଚରେ ନ୍ୟୁଜ-୧୮କୁ ହରାଇ କଳିଙ୍ଗ ଟିଭି ବିଜୟୀ ହୋଇଥିଲା । ନ୍ୟୁଜ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ୬ ଓଭର ବ୍ୟାଟିଂ କରି ୫୦ ରନ୍ର ଟାର୍ଗେଟ ଦେଇଥିଲା କଳିଙ୍ଗ ଟିଭି ଟିମ୍କୁ । ନ୍ୟୁଜ ୧୮ ଟିମ୍ ପକ୍ଷରୁ ବିକାଶ ପଲେଇ ୮ ବଲରେ ସର୍ବାଧିକ ୨୦ ରନ୍ କରିଥିଲେ।

ସେହିଭଳି କଳିଙ୍ଗ ଟିଭି ଟିମ୍ ୫୦ ରନର ଟାର୍ଗେଟ ପୂରଣ କରିବା ପାଇଁ ପ୍ରଥମେ ପଙ୍କଜ ଏବଂ ଶୁଭାଶିଷ ଓପନିଂ କରିଥିଲେ। ଦୁହେଁ ୪.୫ ଓଭରରେ ବିନା ଓ୍ଵିକେଟ ହରାଇ ଟାର୍ଗେଟରେ ପହଞ୍ଚି ଯାଇଥିଲେ। କଳିଙ୍ଗ ଟିଭି ଟିମ୍ ପକ୍ଷରୁ ପଲାସ ସାମଲ ବଢ଼ିଆ ବୋଲିଂ ନ୍ୟୁଜ ୧୮ ଟିମକୁ ଧରାଶାୟୀ କରିଥିଲେ। ପଲାସ ମାତ୍ର ୭ ରନ୍ ଦେଇ ୨ ଓ୍ଵିକେଟ ନେଇଥିଲେ। କଳିଙ୍ଗ ଟିଭି ଟିମ୍ର ଖେଳାଳି ପଙ୍କଜ ମ୍ୟାନ୍ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ।

Leave A Reply

Your email address will not be published.