କ୍ରୀଡା

ହରଭଜନ, ଅର୍ଶଦୀପ ଏବଂ ଶିଖ ସଂପ୍ରଦାୟକୁ କ୍ଷମା ମାଗିଲେ କାମରନ ଆକମଲ, ଦେଇଥିଲେ ବିବାଦୀୟ କମେଣ୍ଟ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଟି୨୦ ବିଶ୍ୱକପ ମ୍ୟାଚରେ ଭାରତ ମାତ୍ର ୬ ରନରେ ବିଜୟୀ ହୋଇଥିଲା । ଏହି ଦୁଇଟି ଦେଶ ମଧ୍ୟରେ ମ୍ୟାଚ ହେଲେ କ୍ରିକେଟ ପ୍ରେମୀ ଅଧିକ ଉତ୍ସାହିତ ହୋଇଥାନ୍ତି । ପାକିସ୍ତାନ ମ୍ୟାଚ ହାରିବା ପରେ ପୂର୍ବତନ କ୍ରିକେଟର କାମରାନ ଅକମଲ ଶିଖ ସମ୍ପ୍ରଦାୟ ଏବଂ ଅର୍ଶଦୀପଙ୍କ ନେଇ ଲାଇଭ୍ ଟିଭିରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଏହାକୁ ନେଇ ଭାରତର ପୂର୍ବତନ କ୍ରିକେଟର୍ ହରଭଜନ ସିଂହ ରାଗିଯାଇଛନ୍ତି । ସେ ପାକିସ୍ତାନ କ୍ରିକେଟରଙ୍କ ଉପରେ ଜୋରଦାର ବର୍ଷିଥିଲେ । ଏହାପରେ ଆକମଲ ସାର୍ବଜନିକ ଭାବେ କ୍ଷମା ମାଗିଛନ୍ତି ।

ନ୍ୟୁୟର୍କରେ ଖେଳାଯାଇଥିବା ଭାରତ ବନାମ ପାକିସ୍ତାନ ମ୍ୟାଚରେ ଅର୍ଶଦୀପ ସିଂହ ଭାରତ ପାଇଁ ଶେଷ ଓଭର ବୋଲିଂ କରିଥିଲେ । ସେହି ଓଭରରେ ପାକିସ୍ତାନକୁ ଜିତିବା ପାଇଁ ୧୮ ରନ୍ ଦରକାର ଥିଲା, କିନ୍ତୁ ପାକିସ୍ତାନ ମାତ୍ର ୧୧ ରନ୍ କରି ମ୍ୟାଚକୁ ୬ ରନରେ ହରାଇଥିଲା । ଏହାପରେ ପାକିସ୍ତାନରେ ପ୍ରସାରିତ ଏକ ଲାଇଭ୍ ଟିଭି ଶୋ’ରେ ମ୍ୟାଚ୍ ବିଶ୍ଳେଷଣ କରୁଥିବାବେଳେ କାମରନ ଅକମଲ ସର୍ଦ୍ଦାର ଜୀ ୧୨ ବାଜ ଗଏ କୟା ବୋଲି ପଚାରିଥିଲେ । ଅର୍ଶଦୀପ ଓ ଶିଖ୍ ଧର୍ମକୁ ନେଇ ପରିହାସ କରିଥିଲେ ।

ଏହାକୁ ନେଇ ଏବେ ହରଭଜନ ସିଂହ ଅକମଲଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ସେ ଆକମଲଙ୍କ ଭିଡିଓକୁ ସେୟାର କରି କହିଛନ୍ତି, ‘ ଆପଣଙ୍କୁ ନିଜର ମୁହଁ ଖୋଲିବା ପୂର୍ବରୁ ଶିଖମାନଙ୍କ ଇତିହାସ ଜାଣି ରଖିବା ଉଚିତ । ଆମେ ଶିଖ୍ମାନେ ହିଁ ତୁମର ମା’ ଓ ଭଉଣୀଙ୍କୁ ଆକ୍ରମଣକାରୀଙ୍କ କବଳରୁ ରକ୍ଷା କରିଥିଲୁ । ସେହି ସମୟରେ ୧୨ଟା ବାଜି ଥିଲା । ତୁମ ମାନଙ୍କୁ ଲଜ୍ଜା ଲାଗିବା କଥା…।’

ତେବେ ଏଭଳି ବିବାଦୀୟ ବୟାନ ଯୋଗୁଁ ସମାଲୋଚନାର ଶିକାର ହେବା ପରେ ଆକମଲ କ୍ଷମା ମାଗିଛନ୍ତି । ଆକମଲ କହିଛନ୍ତି, ମୋର ସାମ୍ପ୍ରତିକ ମନ୍ତବ୍ୟକୁ ନେଇ ମୁଁ ଅତ୍ୟନ୍ତ ଦୁଃଖିତ । ମୁଁ ହରଭଜନ ସିଂହ ଏବଂ ଶିଖ ସମ୍ପ୍ରଦାୟକୁ କ୍ଷମା ମାଗୁଛି । ମୋର ଶବ୍ଦ ଭୁଲ ଏବଂ ଅପମାନଜନକ ଥିଲା । ମୁଁ ସମସ୍ତ ଶିଖଙ୍କୁ ସମ୍ମାନ କରେ । କାହାକୁ ଆଘାତ ଦେବା ପାଇଁ ମୋର ଉଦ୍ଦେଶ୍ୟ ନଥିଲା ମୁ କ୍ଷମା ମାଗୁଛି ।

Swagatika

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

11 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

25 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

38 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

39 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago