ଟି-୨୦ ବିଶ୍ବକପ୍ ପୂର୍ବରୁ ନ୍ୟୁଜିଲାଣ୍ଡ୍ ଟିମକୁ ଲାଗିଛି ବଡ ଝଟକା । ଦଳର ଷ୍ଟାର୍ ବ୍ୟାଟର୍ କେନ୍ ଓ୍ୱିଲମସନ୍ ଟି-୨୦ ଫର୍ମାଟରୁ ସନ୍ନ୍ୟାସ ନେଇଛନ୍ତି । ସେ ଅନ୍ତର୍ଜାତୀୟ ଟି-୨୦ ମୁକାବିଲା ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଯାହା ଫ୍ୟାନଙ୍କୁ ନିରାଶ କରିଛି । ୨୦୨୬ରେ ହେବାକୁ ଥିବା ବିଶ୍ବକପ୍ ପାଇଁ ଆଉ ୪ ମାସ ଥିବା ବେଳେ କେନଙ୍କ ଏହି ନିଷ୍ପତ୍ତି ଟିମକୁ ଝଟକା ଦେଇଛି ।
ଟି-୨୦ ଫର୍ମାଟକୁ ଅଲବିଦା କରି କେନ୍ କହିଛନ୍ତି ଯେ, ଦୀର୍ଘଦିନ ଧରି ଏହି କ୍ରିକେଟ୍ ସହ ଜଡିତ ଥିଲେ । ଏହି ସମୟରେ ଘଟିଥିବା ସବୁ ସମୟ ତାଙ୍କ ପାଇଁ ଖାସ୍ ହୋଇ ରହିବ । ଏବେ ହେଉଛି ଅବସର ନେବାର ଠିକ୍ ସମୟ । ଯାହା ଦଳକୁ ବିଶ୍ବକପ୍ ପୂର୍ବ ପ୍ରସ୍ତୁତି ପାଇଁ ସହାୟକ ହେବ । ଆମ ପାଖରେ ଏବେ ଟି୨୦ରେ ବହୁତ ଟ୍ୟାଲେଣ୍ଟଡ ଖେଳାଳି ରହିଛନ୍ତି । ଆଗାମୀ ସମୟରେ ଏହି ଖେଳାଳିଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିବ । ସେମାନେ ଅଧିକ ଖେଳ ଖେଳି ବିଶ୍ବକପ ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ । ମିଚେଲ ସାଣ୍ଟନର ବଢିଆ ଅଧିନାୟକ । ସେ ଟିମକୁ ଭଲଭାବେ ସମ୍ଭାଳିଛନ୍ତି । ତାଙ୍କ ସମୟ ଆସିଛି, ଯିଏ କିୱି ଟିମକୁ ଆଗକୁ ନେଇଯିବେ, ମୁଁ ସବୁବେଳେ ଦୂରରୁ ତାଙ୍କୁ ସପୋର୍ଟ କରିବି ।
୩୫ ବର୍ଷୀୟ କେନ୍ ୯୩ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ସେ ଟିମ୍ ପାଇଁ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋର୍ କରିଛନ୍ତି । ତାଙ୍କର ମୋଟ୍ ରନ୍ ୨୫୭୫ ଥିବା ବେଳେ ଆଭରେଜ୍ ରହିଛି ୩୩ । ଯେଉଁଥିରେ ୧୮ଟି ଅର୍ଦ୍ଧଶତକ ରହିଥିବା ବେଳେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର୍ ହେଉଛି ୯୫ ।
୨୦୧୧ ରେ ଟି୨୦ ଫର୍ମାଟରେ ପଦାର୍ପଣ କରିଥିଲେ କେନ୍ । ଏହାସହ ୭୫ଟି ଇନିଂସରେ ଦଳର ନେତୃତ୍ୱ ନେଇଥିଲେ । ଦଳକୁ ସେ ୨୦୧୬ ଓ ୨୦୨୨ ସେମି ଏବଂ ୨୦୨୧ ଫାଇନାଲରେ ସଫଳ ହୋଇଥିଲେ ।
Kane Williamson has called time on his 93-game T20 International career.
Thank you for everything you gave the team in the shortest format 🖤🤍
Full story at https://t.co/itPtNwMPLK
📸 @PhotosportNZ pic.twitter.com/wzXz6MuWOF
— BLACKCAPS (@BLACKCAPS) November 1, 2025
Also Read : ଅବସର ଘୋଷଣା କଲେ ଟେନିସ ଖେଳାଳି ରୋହନ ବୋପାନ୍ନା, ସୋସିଆଲ ମିଡିଆରେ କଲେ ଭାବବିହ୍ବଳ ପୋଷ୍ଟ