ନ୍ୟୁଜିଲାଣ୍ଡକୁ ଝଟକା, ଅଧିନାୟକ ପଦ ଛାଡିବା ସହିତ ବାର୍ଷିକ କଣ୍ଟ୍ରାକ୍ଟକୁ ମନା କଲେ କେନ ଓ୍ଵିଲିୟମସନ

ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ଅଭିଜ୍ଞ ବ୍ୟାଟର ତଥା ଅଧିନାୟକ କେନ ଓ୍ଵିଲିୟମସନଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କେନ ଓ୍ଵିଲିୟମସନ ନ୍ୟୁଜିଲାଣ୍ଡର ଅଧିନାୟକ ପଦ ଛାଡିବା ଏବଂ ୨୦୨୪-୨୫ ସିଜିନ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ନେବାକୁ ମନା କରିଦେଇଛନ୍ତି । ଟି୨୦ ବିଶ୍ୱକପ ୨୦୨୪ରେ ଗ୍ରୁପ ଷ୍ଟେଜରୁ ବାଦ୍‌ ପଡିଛି ନ୍ୟୁଜିଲାଣ୍ଡ । ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡର ପ୍ରଦର୍ଶନ ବେଶ୍‌ କିଛି ଭଲ ନଥିଲା । ଆଉ ଓ୍ଵିଲିୟମସନଙ୍କ ଏଭଳି ନିଷ୍ପତ୍ତି ନ୍ୟୁଜିଲାଣ୍ଡକୁ ଶକ୍ତ ଝଟକା ଦେଇଛି । ହେଲେ ଓ୍ଵିଲିୟମସନ ୩ଟି ଯାକ ଫର୍ମାଟରେ ନ୍ୟୁଜିଲାଣ୍ଡ ପାଇଁ ଖେଳିବେ ।

ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ତରଫରୁ ଦିଆଯାଇଥିବା ବୟାନରେ କୁହାଯାଇଛି କି, ଓ୍ଵିଲିୟମସନ ୨୦୨୪-୨୫ ପାଇଁ ବାର୍ଷିକ କଣ୍ଟ୍ରାକ୍ଟରୁ ବାଦ୍‌ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାପରେ ମଧ୍ୟ ସେ ୩ଟି ଯାକ ଫର୍ମାଟରେ ଖେଳିବା ପାଇଁ ପ୍ରସ୍ତୁତ ରହିଛନ୍ତି । ଏହି ସମୟରେ ସେ ନ୍ୟୁଜିଲାଣ୍ଡ ତରଫରୁ ଖେଳିପାରିବେ ନାହିଁ । ଏଥିପାଇଁ ସେ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ନେବାକୁ ମନା କରିଦେଇଛନ୍ତି । ଏହାସହିତ ସେ କହିଛନ୍ତି କି, ସେ ସବୁବେଳେ ନ୍ୟୁଜିଲାଣ୍ଡ ପାଇଁ ଖେଳିବାକୁ ପ୍ରସ୍ତୁତ ରହିଛନ୍ତି । ଏହାଛଡା ଓ୍ଵିଲିୟମସନ ନିଜ ପରିବାର ସହିତ ସମୟ ବିତାଇବାକୁ ଚାହୁଁଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଟିମ୍‌କୁ ସମସ୍ତ ପ୍ରକାରରେ ଆଗକୁ ବଢିବା ପାଇଁ ଚେଷ୍ଟା କରିବି । ଏହା ବିଷୟରେ ଚିନ୍ତା କରି କରି ଭାବୁକ ହୋଇପଡିଛି । ଏଥିରେ ଯୋଗଦାନ ଦେବା ଜାରି ରଖିବାକୁ ଚାହୁଁଛି ।

ସୂଚନାଯୋଗ୍ୟ, କେନ ଓ୍ଵିଲିୟମସନ ଏପର୍ଯ୍ୟନ୍ତ ଅର୍ନ୍ତରାଷ୍ଟ୍ରୀୟ କ୍ୟାରିଅରରେ ୧୦୦ ଟେଷ୍ଟ, ୧୬୫ ଦିନିକିଆ ଏବଂ ୯୩ ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ୮୭୪୩, ଦିନିକିଆରେ ୬୮୧୦ ଏବଂ ଟି୨୦ ଇଣ୍ଟରନ୍ୟାସନାଲରେ ୨୫୭୫ ରନ କରିଛନ୍ତି । ଟେଷ୍ଟରେ ୩୨ଟି ଏବଂ ଦିନିକିଆରେ ୧୩ ଶତକ ମାରିଛନ୍ତି ।

କେନ ଓ୍ଵିଲିୟମସନ ତୃତୀୟ ଥର ବାପା ହୋଇଥିଲେ । ତାଙ୍କ ପାର୍ଟନର ସାରା ରହିମ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । କେନ ଏବଂ ସାରା ବିବାହ କରିନାହାନ୍ତି । କିନ୍ତୁ ଗତ ୯ ବର୍ଷ ହେଲାଣି ଏକାଠି ରହୁଛନ୍ତି । ଏମାନଙ୍କର ୩ଟି ପିଲା ରହିଥିବା ବେଳେ ଏମାନେ ଅଫିସିଆଲ ଭାବେ ବିବାହ କରିନାହାନ୍ତି । କେନଙ୍କ ପାର୍ଟନର ସାରା ଗର୍ଭବତୀ ଥିବାରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ୩ଟି ଟି-୨୦ ଇଣ୍ଟରନ୍ୟାସନାଲ ସିରିଜରୁ ବାଦ୍‌ ପଡିଥିଲେ । ସେ ସାଉଥ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ଖେଳିଥିଲେ । ଏହାପରେ ସେ ପାଟରନିଟି ଲିଭରେ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.