ରୋମାଞ୍ଚକ ମୋଡରେ କାନପୁର ଟେଷ୍ଟ, ଶେଷ ଦିନରେ ଭାରତକୁ ଦରକାର ୯ ଓ୍ୱିକେଟ

ରୋମାଞ୍ଚକ ମୋଡରେ କାନପୁର ଟେଷ୍ଟ। ଶ୍ରେୟସ ଆୟରଙ୍କ ଉଭୟ ପାଳି ଚମକ ସହିତ ଋଦ୍ଧିମାନ ସାହାଙ୍କ ଦାୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଭାରତ କାନପୁର ଟେଷ୍ଟ୍‌ରେ ବିଜୟ ସମ୍ଭାବନା ସୃଷ୍ଟି କରିଛି। ନ୍ୟୁଜିଲାଣ୍ଡ୍‌ ସମ୍ମୁଖରେ ଭାରତୀୟ ଦଳ ୨୮୪ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଭ୍ରମଣକାରୀ କେନ୍‌ ୱିଲିୟମସନ୍‌ଙ୍କ ଦଳ କିନ୍ତୁ ରବିବାର ଚତୁର୍ଥ ଦିନରେ ଖେଳିଥିବା ୪ ଓଭରରେ ୪ ରନ୍‌ କରି ୱିଲ୍ ୟଙ୍ଗଙ୍କ ୱିକେଟ୍ ହରାଇଛି। ଚତୁର୍ଥ ଦିନ ‌ଷ୍ଟମ୍ପ୍ସ ବେଳକୁ ଟମ୍ ଲଥାମ ଏବଂ ନାଇଟ୍‌ ୱାଚମ୍ୟାନ୍‌ ୱିଲିୟମ୍‌ ସୋମରଭିଲ୍ଲେ ଅପରାଜିତ ଥିଲେ। ଏକମାତ୍ର ୱିକେଟ୍‌ଟି ରବିଚନ୍ଦ୍ରନ ଅଶ୍ବିନ୍‌ ନେଇଛନ୍ତି। ଦୁଇ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ହେବାକୁ ସୋମବାର ଭାରତକୁ ୯ ୱିକେଟ୍‌ ଓ ନ୍ୟୁଜିଲାଣ୍ଡ୍‌କୁ ଆଉ ୨୮୦ ରନ୍‌ ଆବଶ୍ୟକ।

ଭାରତ ଦ୍ଵିତୀୟ ଇନିଂସରେ ୭ ଓ୍ଵିକେଟ୍‌ରେ ୨୩୪ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା। ଏମିତିରେ ମ୍ୟାଚ୍ ରୋମାଞ୍ଚକର ମୋଡରେ ପହଞ୍ଚି ଯାଇଛି। ଦ୍ଵିତୀୟ ଇନିଂସରେ ଭାରତ ପକ୍ଷରୁ ପୁଣି ଥରେ ଶ୍ରେୟସ ଆୟର ଦମଦାର ବ୍ୟାଟିଂ କରି ୬୫ ରନ କରିଛନ୍ତି। ଋଦ୍ଧିମାନ ଶାହା ୬୧ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ଅକ୍ଷର ପଟେଲ୍ ୨୮ ରନରେ ଅପରାଜିତ ଥିଲେ। ରବିଚନ୍ଦ୍ରନ ଅଶ୍ଵିନ ୩୨ ରନ କରିଥିଲେ। ଜବାବରେ କିଓ୍ଵି ଦଳ ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୧ ଓ୍ଵିକେଟ୍ ହରାଇ ୪ ରନ କରିଛି। ଟମ୍ ଲାଥମ(୨) ଓ ଓ୍ଵିଲିୟମ ସମରଭିଲେ(୦) ଅପରାଜିତ ଅଛନ୍ତି। ୨୮୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଦିନର ଶେଷ ଆଡକୁ ଓପନର ଓ୍ଵିଲ ୟୋଙ୍ଗ(୨) ଅଶ୍ଵିନଙ୍କ ବଲ୍‌ରେ ଏଲବିଡବ୍ଲ୍ୟୁ ହୋଇଥିଲେ।ନ୍ୟୁଜିଲାଣ୍ଡ ପକ୍ଷରୁ ଦ୍ଵିତୀୟ ଇନିଂସରେ ଟିମ୍ ସାଉଦି ଓ କାଇଲ ଜେମିସନ ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.