ଲକଡାଉନରେ ସମସ୍ତ ଖେଳାଳିଙ୍କୁ ପଛରେ ପକାଇଲେ କପିଲ ଦେବ, ଏମିତି ବଦଳାଇଲେ ନିଜର ଲୁକ, ଭାଇରଲ ହେଉଛି ଫଟୋ

କରୋନା ଭାଇରସ ଯୋଗୁ ଏବେ ଦେଶ ସାରା ଲକଡାଉନ ଜାରି ରହିଛି। ଲୋକେ ଘରେ କଏଦ ଥିବା ବେଳେ ବାହାରେ ଦୋକାନ, ବଜାର ସବୁ ବନ୍ଦ ରହିଛି। ତେବେ ଏଭଳି ପରିସ୍ଥିତିରେ ସେହି ଲୋକମାନେ ଅଧିକ ଅସୁବିଧାର ସାମ୍ନା କରୁଛନ୍ତି, ଯେଉଁମାନଙ୍କର ପାର୍ଲର, ସେଲୁନ ବିନା କାମ ଚଳେ ନାହିଁ। ଏବେ ଖେଳାଳିମାନେ ଏହି ସମସ୍ୟାର ସମାଧାନ ବାଟ ବାହାର କରିଛନ୍ତି।

ବିରାଟ କୋହଲି, ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ଅନେକ ଖେଳାଳି ନିଜେ ହିଁ ନିଜର ଦାଢ଼ି ଓ ଚୁଟି କାଟିଛନ୍ତି। ସେମାନେ ସୋସିଆଲ ମିଡ଼ିଆରେ ନିଜ ନୂଆ ଲୁକର ଫଟୋ ମଧ୍ୟ ସେୟାର କରିଛନ୍ତି। କିନ୍ତୁ କପିଲ ଦେବଙ୍କ ନୂଆ ଲୁକ ସାମ୍ନାରେ ବାକି କ୍ରିକେଟରଙ୍କ ଚମକ ଫିକା ପଡିଯାଇଛି।

3

ଏକ ଗଣମାଧ୍ୟମ ମୁତାବକ, ଲକଡାଉନ ସମୟରେ ଭାରତୀୟ କ୍ରିକେଟରମାନେ ଘରେ ରହି ନୂଆ ନୂଆ ହେୟାର କଟ ଟ୍ରାଏ କରୁଛନ୍ତି। ଭାରତକୁ ପ୍ରଥମ ବିଶ୍ୱକପ ଜିତାଇଥିବା କ୍ୟାପଟେନ କପିଲ ଦେବ ମଧ୍ୟ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି। କପିଲ ମୁଣ୍ଡର ସବୁ ଚୁଟି କାଟି ଦେଇଛନ୍ତି, କିନ୍ତୁ ଦାଢ଼ି କାଟି ନାହାନ୍ତି। ଏହି କାରଣରୁ ସେ ବିଲକୁଲ ନୂଆ ଅନ୍ଦାଜରେ ଦେଖାଯାଉଛନ୍ତି।

ନିକଟରେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କ ଦ୍ୱାରା ନିଜର ଚୁଟି କଟାଇଥିଲେ। ଏହାର କିଛିଦିନ ପରେ ସେ ନିଜେ ହିଁ ନିଜ ଦାଢ଼ି ଟ୍ରିମ କରିଥିଲେ। ସେହିପରି ସଚିନ ତେନ୍ଦୁଲକର ଓ ସୁରେଶ ରାଇନା ମଧ୍ୟ ଘରେ ଚୁଟି କାଟିବାର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.