କ୍ରୀଡା

କୋହଲି-ଗାଙ୍ଗୁଲି ବିବାଦ ଭିତରେ ପଶିଲେ କପିଲ ଦେବ, ସର୍ବସାଧାରଣରେ ବିରାଟଙ୍କୁ କଲେ ଅନୁରୋଧ; କହିଲେ, ଏମିତି କର ନାହିଁ…

ବିଶ୍ୱ କପ୍‌ ଜିତେଇଥିବା ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ କପିଲ ଦେବ, ବିରାଟ କୋହଲିଙ୍କୁ ପରାମର୍ଶ ଦେଇଛନ୍ତି। ବାସ୍ତବରେ, ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକତ୍ୱରୁ ହଟାଯିବା ପରେ ବୁଧବାର ସେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ, ଯେଉଁଥିରେ ସେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ। ବିରାଟ କୋହଲି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କର ସେହି ବୟାନକୁ ମିଥ୍ୟା ପ୍ରମାଣିତ କରି ଦେଇଛନ୍ତି, ଯେଉଁଥିରେ ସେ କହିଥିଲେ ଯେ ‘ମୁଁ ବିରାଟ କୋହଲିଙ୍କୁ ଟି-୨୦ ଅଧିନାୟକତ୍ୱ ଛାଡିବାକୁ ମନା କରିଥିଲି’। କୋହଲି ଏବେ ଖୁଲାସା କରିଛନ୍ତି କି, ତାଙ୍କୁ କେହି ବି ଟି-୨୦ ଅଧିନାୟକତ୍ୱ ଛାଡିବାକୁ ଅଟକାଇ ନ ଥିଲେ।

କୋହଲି ଓ ଗାଙ୍ଗୁଲିଙ୍କ ବିବାଦରେ ପଶିଲେ କପିଲ ଦେବ

ଏବେ ଏହି ମାମଲାରେ କପିଲ ଦେବ, ବିରାଟ କୋହଲିଙ୍କୁ ଅପିଲ କରିଛନ୍ତି। କପିଲ ଦେବଙ୍କ କହିବା ହେଲା, ଅଧିନାୟକତ୍ୱ ପ୍ରସଙ୍ଗରେ ବିସିସିଆଇ ସହିତ ମତଭେଦକୁ ଦର୍ଶାଇ ବିରାଟ କୋହଲିଙ୍କ ବୟାନ ଭୁଲ ସମୟରେ ଆସିଛି, ଯାହାକି ଦକ୍ଷିଣ ଆଫ୍ରିକାର ଗୁରୁତ୍ୱପୂର୍ଣ୍ଣ ଗସ୍ତ ପୂର୍ବରୁ ଅନାବଶ୍ୟକ ବିବାଦ ସୃଷ୍ଟି କରିଛି। କହି ରଖୁଛୁ, ଦକ୍ଷିଣ ଆଫ୍ରିକା ଯିବା ପୂର୍ବରୁ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ କୋହଲି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବୟାନକୁ ଭୁଲ୍‌ ଦର୍ଶାଇଛନ୍ତି କି, ବୋର୍ଡ ତାଙ୍କୁ ଟି-୨୦ ଦଳର ଅଧିନାୟକ ପଦରୁ ଇସ୍ତଫା ନ ଦେବାକୁ କହିଥିଲା। ଏହି ବୟାନରୁ ବର୍ତ୍ତମାନ କୋହଲି ଏବଂ ବିସିସିଆଇ ମଧ୍ୟରେ ତିକ୍ତତା ସ୍ପଷ୍ଟ ହୋଇଛି।

କପିଲ ଏକ ଗଣମାଧ୍ୟମକୁ କହିଥିଲେ ଯେ ‘ଏହି ସମୟରେ କାହାକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ଠିକ୍ ନୁହେଁ। ଦକ୍ଷିଣ ଆଫ୍ରିକା ଗସ୍ତ ଆଗରେ ଅଛି ଏବଂ ଏହା ଉପରେ ଧ୍ୟାନ ଦେବା ଉଚିତ’। ସେ କହିଥିଲେ କି, ‘ମୁଁ କହିବି ଯେ ବୋର୍ଡ ଅଧ୍ୟକ୍ଷ ତ ବୋର୍ଡ ଅଧ୍ୟକ୍ଷ, ଯଦିଓ ଭାରତୀୟ ଦଳର ଅଧିନାୟକ ହେବା ମଧ୍ୟ ବଡ କଥା। ଜଣେ ଜଣଙ୍କ ବିଷୟରେ ସାର୍ବଜନିକ ରୂପେ ଖରାପ କଥା କହିବା ଭଲ ନୁହେଁ। ସେ ସୌରଭ ହୁଅନ୍ତୁ କି କୋହଲି’। ଭାରତକୁ ୧୯୮୩ ବିଶ୍ୱ କପ୍‌ ଦେଇଥିବା କପିଲ, କୋହଲିଙ୍କୁ ପରିସ୍ଥିତି ଉପରେ ନିୟନ୍ତ୍ରଣ କରି ଦେଶ ବିଷୟରେ ଚିନ୍ତା କରିବାକୁ ଅପିଲ କରିଛନ୍ତି।

୨୬ ଡିସେମ୍ବରରୁ ପ୍ରଥମ ଟେଷ୍ଟ

କପିଲ କହିଥିଲେ, ‘ଆପଣ ପରିସ୍ଥିତିକୁ ନିୟନ୍ତ୍ରଣ କରନ୍ତୁ। ଭଲ ଏହା ହେବ ଯେ ଆପଣ ଦେଶ ବିଷୟରେ ଭାବନ୍ତୁ। ଯାହା ଭୁଲ୍‌ ତାହା ଜଣା ପଡ଼ିଯିବ, କିନ୍ତୁ ଏକ ଯାତ୍ରା ପୂର୍ବରୁ ବିବାଦ ସୃଷ୍ଟି କରିବା ଠିକ୍ ନୁହେଁ’। କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଟେଷ୍ଟ ଦଳ ଗୁରୁବାର ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛି, ଯେଉଁଠାରେ ଡିସେମ୍ବର ୨୬ରୁ ସେଞ୍ଚୁରିୟନରେ ପ୍ରଥମ ଟେଷ୍ଟ ଖେଳାଯିବ। ଏହାପରେ ତିନୋଟି ଦିନିକିଆ ମ୍ୟାଚ୍‌ ସିରିଜ ମଧ୍ୟ ଖେଳାଯିବ। ବିସିସିଆଇ କୋହଲିଙ୍କ ବୟାନ ଉପରେ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହିଁ।

Roshni

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

30 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

32 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

38 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

47 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

47 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago