ବିନୋଦ କାମ୍ବଲିଙ୍କୁ ବଡ଼ ବୟାନ ଦେଲେ କପିଳ ଦେବ, ‘ସେ ନିଜର ଧ୍ୟାନ ରଖନ୍ତୁ.. ଆମେ ତାଙ୍କ ଦେଖାଶୁଣା କରିପାରିବୁ ନାହିଁ…’
ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ବିନୋଦ କାମ୍ବଲିଙ୍କୁ ନେଇ ଏବେ ଅନେକ ଚର୍ଚ୍ଚା । ମାନସିକ ଏବଂ ଶାରୀରିକ ଭାବେ ତାଙ୍କ ଅବସ୍ଥା ଖରାପ ବୋଲି କୁହାଯାଉଛି । ଏହାସହିତ ତାଙ୍କ ଆର୍ଥିକ ଅବସ୍ଥା ମଧ୍ୟ ବହୁତ ଖରାପ ରହିଛି । ତେଣୁ କ୍ରିକେଟ ଜଗତର ଅନେକ ଖେଳାଳି ତାଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି । ହେଲେ କପିଳ ଦେବ ବିନୋଦ କାମ୍ବଲିଙ୍କୁ ନେଇ ବଡ ବୟାନ ଦେଇଛନ୍ତି ।
କପିଳ ଦେବ କହିଛନ୍ତି, ଆମେ ସମସ୍ତେ ତାଙ୍କୁ ସହାୟତା କରିବା ପାଇଁ ରହିଛୁ । ସୁନୀଲ ଗାଭାସ୍କର ପ୍ରଥମରୁ ତାଙ୍କୁ ସହାୟତା କରିବା ପାଇଁ କହିଛନ୍ତି । ଯଦି ସେ ନିଜର ଧ୍ୟାନ ନିଜେ ନ ରଖିବେ, ତେବେ ଆମେ କେମିତି ରଖିବୁ ।
ସୁନୀଲ ଗାଭାସ୍କର କାମ୍ବଲିଙ୍କୁ ନିଜ ‘ପୁଅ’ ଭଳି ମାନନ୍ତି । ସେ ଆଶା ରଖିଛନ୍ତି ଯେ, କାମ୍ବଲି ବହୁତ ଜଲଦି ନିଜ ଗୋଡ଼ରେ ଠିଆ ହେବେ । ୧୯୮୩ ବିଶ୍ୱକପ୍ ବିଜେତା ଟିମର ସଦସ୍ୟମାନେ ଏମିତି କ୍ରିକେଟରମାନଙ୍କ ସହାୟତା ପାଇଁ ଏକଜୁଟ ହେବେ । ‘୧୯୮୩ର ଟିମ୍ ଯୁବ ଖେଳାଳିମାନଙ୍କୁ ନେଇ ବହୁତ ସଚେତନ । ଯଦି ଆପଣ ସେମାନଙ୍କ ବୟସ ଦେଖିବେ, ତା’ ହେଲେ ଆମମାନଙ୍କ ମଧ୍ୟରୁ କିଛି ଜଣଙ୍କ ପାଇଁ ସେ ପୁଅ ଭଳି । ଖାସ୍ କରି, ଯେତେବେଳେ ଭାଗ୍ୟ ସେମାନଙ୍କ ହାତ ଛାଡ଼ି ଦିଏ, ଆମେ ସମସ୍ତେ ବହୁତ ଚିନ୍ତିତ ରହିଥାଉ । ମୁଁ ସାହାଯ୍ୟ ଶବ୍ଦ ପସନ୍ଦ କରେ ନାହିଁ’ ।
ସେ ଆହୁରି କହିଛନ୍ତି, ‘୮୩ ଟିମ୍ ଯାହା କରିବାକୁ ଚାହୁଁଛି, ତାହା ହେଉଛି ତାଙ୍କର ଯତ୍ନ ନେବା । ଆମେ ବିନୋଦ କାମ୍ବଲିଙ୍କ ଯତ୍ନ ନେବାକୁ ଚାହୁଁଛୁ ଏବଂ ତାଙ୍କୁ ତାଙ୍କ ଗୋଡ଼ରେ ଛିଡ଼ା କରାଇବାରେ ସାହାଯ୍ୟ କରିବାକୁ ଚାହୁଁଛୁ’ । ‘ଆମେ ଏହା କେମିତି କରିବୁ, ତାହା ଆଗକୁ ଯାଇ ଦେଖିବୁ । ଯେଉଁମାନେ ଭାଗ୍ୟ ସହିତ ସଂଘର୍ଷ କରୁଛନ୍ତି, ଆମେ ସେହି କ୍ରିକେଟରମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛୁ’ ।
ବିନୋଦ କାମ୍ବଲି ୧୯୯୧ରୁ ୨୦୦୦ ମଧ୍ୟରେ ୧୭ଟି ଟେଷ୍ଟ ଏବଂ ୧୦୪ ଦିନିକିଆ ମ୍ୟାଚ ଖେଳିଛନ୍ତି । ସେ ୩,୫୬୧ ରନ୍ କରିଛନ୍ତି ।