ପଞ୍ଚମ ଥର ପାଇଁ ବିଜୟ ହଜାରେ ଟ୍ରଫି ଜିତିଲା କର୍ଣ୍ଣାଟକ, ୩୬ ରନରେ ହାରିଲା କରୁଣ ନାୟରଙ୍କ ଟିମ

ମୟଙ୍କ ଅଗ୍ରୱାଲଙ୍କ ଅଧିନାୟକତ୍ବରେ କର୍ଣ୍ଣାଟକ ଇତିହାସ ରଚିଛି । ବିଜୟ ହଜାରେ ଟ୍ରଫି ନିଜ ନାମରେ କରିଛି କର୍ଣ୍ଣାଟକ । ସ୍ମରଣ ରବିଚଚନ୍ଦ୍ରନଙ୍କ ଶତକୀୟ ଇନିଂସ ବଳରେ କର୍ଣ୍ଣାଟକ ପ୍ରଥମେ ଖେଳି ୩୪୮ ରନ୍ କରିଥିଲା । ଜବାବରେ କରୁଣ ନାୟରଙ୍କ ବିଦର୍ଭ ଟିମ୍ ୩୧୨ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ କର୍ଣ୍ଣାଟକ ୩୬ ରନରେ ଜିତିଛି । କର୍ଣ୍ଣାଟକ ୫ମ ଥର ପାଇଁ ବିଜୟହଜାରେ ଟ୍ରଫି ଟାଇଟଲ ନିଜ ନାମରେ କରିଛି ।

ବାମହାତୀ ବ୍ୟାଟର ସ୍ମରଣ ରବିଚନ୍ଦ୍ରନ ୯୨ ବଲରେ ୧୦୧ ରନ୍ ଇନିଂସ ଖେଳିବା ସହିତ ଚତୁର୍ଥ ୱିକେଟ୍ ପାଇଁ ୱିକେଟ୍ କିପର ବ୍ୟାଟର କୃଷ୍ଣନ୍ ଶ୍ରୀଜିତ୍ (୭୪ ବଲରେ ୭୮ ରନ୍) ଏବଂ ଅଭିନାଭ ମନୋହର (୪୨ ବଲରେ ୭୯ ରନ୍) ଙ୍କ ସହିତ ୧୬୦ ରନ୍ କରିଥିଲେ। ଫଳରେ କର୍ଣ୍ଣାଟକ ୫୦ ଓଭରରେ ୬ ଟି ୱିକେଟ୍ ୩୪୮ ରନ୍ କରିଥିଲା । ଲକ୍ଷ୍ୟକୁ ପିଛା କରି ଶୋରେ ୧୧୦ ରନ ଏବଂ ଶେଷ ଓଭରରେ ୩୦ ଟି ବଲରେ ହର୍ଷ ଦୁବେଙ୍କ ୬୩ ଇନିଂସ ସତ୍ତ୍ୱେ କର୍ଣ୍ଣାଟକ ଦଳ ୪୮.୨ ଓଭରରେ ୩୧୨ ରନ୍ ରେ ଅଲଆଉଟ ହୋଇଥିଲା । ହର୍ଷ ୫ଟି ଚଉକା ଏବଂ ୫ଟି ଛକା ମାରିଥିଲେ ।

କ୍ୱାର୍ଟର ଫାଇନାଲ ଏବଂ ସେମିଫାଇନାଲରେ ଶତକ ହାସଲ କରିଥିବା ଶୋରେଙ୍କୁ ସାଥି ଖେଳାଳିଙ୍କ ସହଯୋଗ ମିଳିନଥିଲା । ତେଣୁ ପ୍ରସିଦ୍ଧ କୃଷ୍ଣାଙ୍କ ବଲରେ ‘ପ୍ଲେୟାର ଅଫ୍ ଦି ଟୁର୍ନାମେଣ୍ଟ’ କରୁଣ ୨୭ରନ କରି ଆଉଟ ହୋଇଥିଲେ । ତେବେ ବିଦର୍ଭ ମ୍ୟାଚ୍ ନ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଟୁର୍ନାମେଣ୍ଟରେ ଏହାର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବଡ଼ ଇନିଂସ ଯୋଗୁଁ ମଧ୍ୟମ ଅର୍ଡର ବ୍ୟାଟିଂ କରିବାକୁ ଅଧିକ ସୁଯୋଗ ପାଇ ନଥିଲା ।

କର୍ଣ୍ଣାଟକ ଟିମ୍ ୨୦୧୩-୧୪ ସିଜିନ, ୨୦୧୭-୧୮, ୨୦୧୯-୨୦ ଏବଂ ୨୦୨୪-୨୫ସିଜିନରରେ ଚାମ୍ପିଅନ ହୋଇଛି ।

ବିଦର୍ଭଙ୍କ ଏକାଦଶ : ଧ୍ରୁବ ଶୋରେ, ୟଶ ରାଠୋର, କରୁଣ ନାୟାର (ଅଧିନାୟକ), ଜିତେଶ ଶର୍ମା (ୱିକେଟ୍ କିପର), ଶୁଭମ୍ ଦୁବେ, ଅପୂର୍ବ ୱାନଖଡେ, ହର୍ଷ ଦୁବେ, ନଚିକେଟ ଭୁଟ, ଯଶ କଦମ, ଦର୍ଶନ ନାଲକାଣ୍ଡେ, ୟଶ ଠାକୁର।

କର୍ଣ୍ଣାଟକର ଏକାଦଶ : ମୟଙ୍କ ଅଗ୍ରୱାଲ (ଅଧିନାୟକ), ଦେବଦତ୍ତ ପାଡିକଲ, ଅନିଶ କେ.ଭି, ସ୍ମୃତି ରବୀଚନ୍ଦ୍ରନ, କୃଷ୍ଣନ ଶ୍ରୀଜିତ୍ (ୱିକେଟ୍ କିପର), ଅଭିନଭ ମନୋହର, ଶ୍ରେୟାସ ଗୋପାଳ, ହାର୍ଦ୍ଦିକ ରାଜ, ପ୍ରସାଦ କୃଷ୍ଣ, ଭାସୁକି କୌଶିକ, ଅଭିଲାଶ ଶେଟ୍ଟୀ

You might also like