ଆଇପିଏଲ ୨୦୨୩ ସିଜିନ ପୂର୍ବରୁ ଫାର୍ମ ହାଉସରେ ସମୟ ବିତାଉଛନ୍ତି ଏମଏସ ଧୋନି ଏବଂ କେଦାର ଯାଦବ, ଫଟୋ ହେଉଛି ଭାଇରଲ

କେନ୍ୟୁଜ୍‌ : ଆଇପିଏଲ ୨୦୨୩ ସିଜିନରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ ଏମଏସ୍‌ଡି ପୁଣି ଥରେ ଚେନାଇ ସୁପର କିଙ୍ଗ୍‌ସର ମଙ୍ଗ ଧରିବାକୁ ଯାଉଛନ୍ତି । ଏବେ ଆଇପିଏଲ ଆରମ୍ଭ ହେବାର ବହୁତ ଦିନ ବାକି ଥିବା ବେଳେ ଏବେ ସାଙ୍ଗମାନଙ୍କ ସହିତ ଫାର୍ମ ହାଉସରେ ସମୟ ବିତାଉଛନ୍ତି । ଏବେ କ୍ରିକେଟର କେଦାର ଯାଦବଙ୍କ ସହିତ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଧୋନି ସବୁବେଳେ କାର ଏବଂ ବାଇକର ସଉକ ରଖନ୍ତି । ସେ ସବୁବେଳେ ନିଜ ଗାଡ଼ିକୁ ନେଇ ଚର୍ଚ୍ଚାରେ ଥାଆନ୍ତି । ରିପୋର୍ଟ ଅନୁସାରେ ସେ ନିକଟରେ ଏକ ଇଲେକ୍ଟ୍ରିକ କାର ମଧ୍ୟ କିଣିଛନ୍ତି , ସେହି ଗାଡ଼ି ସହିତ ତାଙ୍କର, କେଦାର ଯାଦବ ଏବଂ ଋତୁରାଜ ଗାଏକ୍ୱାଡ଼ଙ୍କ ଫଟୋ ବି ଭାଇରାଲ ହେଉଛି ।

ଏହାରି ଭିତରେ ଭାରତୀୟ କ୍ରିକେଟର କେଦାର ଯାଦବ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଏକ ଫଟୋ ଛାଡ଼ିଛନ୍ତି ଯେଉଁଥିରେ ଧୋନି ଏବଂ କେଦାର ଗୋଟିଏ ଫାର୍ମ ହାଉସରେ ଅଛନ୍ତି ତାଙ୍କ ସହିତ ଏକ ଘୋଡ଼ା ମଧ୍ୟ ଅଛି । ଏହି ଫଟୋରେ ଦୁଇ ଜଣଙ୍କ ହାତରେ କପ ଅଛି ଏବଂ ତାଙ୍କ ପଛ ପଟରେ ଗାଡ଼ି ବି ରଖାଯାଇଛି । କେଦାର ଯାଦବ ଏହି ଫଟୋ ସେୟାର କରି ଲେଖିଛନ୍ତି, ‘ସୁନହେରୀ କେ ସାଥ୍‌ ମାହି ଭାଇ ଔର ମେଁ, ଫାର୍ମ ହାଉସ ପର୍‌ ଏକ ଆଚ୍ଛା ଦିନ ବିତାୟା’ ।

କେଦାର ଯାଦବ ବର୍ତ୍ତମାନ ଭାରତୀୟ ଦଳରେ ନାହାଁନ୍ତି, ୨୦୨୦ ମସିହାର ନ୍ୟୁଜିଲାଣ୍ଡ ବିପକ୍ଷ ଓ୍ଵାନ୍‌ଡେ ସିରିଜ ପରଠାରୁ ସେ ଦଳରେ ନାହାଁନ୍ତି । ସେ ୨୦୨୨ ଆଇପିଏଲ୍‌ ରେ ମଧ୍ୟ ଅନସୋଲ୍ଡ ଥିଲେ । ତାଙ୍କର ବେସ୍‌ ପ୍ରାଇସ୍‌ ଥିଲା ୨ କୋଟି । କେଦାର ଧୋନିଙ୍କ ସହିତ ଚେନ୍ନାଇ ସୁପର କିଙ୍ଗ୍‌ସରେ ରେ ଅନେକ ଥର ଖେଳିଛନ୍ତି । ତେବେ ଏହି କ୍ରିକେଟର ଆସନ୍ତା ଆଇପିଏଲର ୧୬ତମ ସଂସ୍କରଣରେ କେଉଁ ଦଳ ତରଫରୁ ଖେଳୁଛନ୍ତି, ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.