ପୁରୁଷ ହକି ଟିମ୍ ଗୋଲକିପର ଶ୍ରୀଜେଶଙ୍କୁ ୨ କୋଟି ଟଙ୍କା ଦେଲେ କେରଳ ସରକାର, ପ୍ରମୋସନ ମଧ୍ୟ ମିଳିଲା

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଚ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମ୍ ଗୋଲକିପର ପିଆର ଶ୍ରୀଜେଶଙ୍କୁ କେରଳରେ ଜବରଦସ୍ତ ଭାବେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। କେରଳ ସରକାର ଦ୍ବାରା ଆୟୋଜିତ ସ୍ବାଗତ ସମାରୋହରେ ଗୋଲକିପର ଶ୍ରୀଜେଶଙ୍କୁ ଦୁଇ କୋଟି ଟଙ୍କା ପୁରସ୍କାର ଦିଆଯାଇଛି। ଏହା ସହିତ ଶ୍ରୀଜେଶଙ୍କୁ କେରଳ ସରକାର ଖେଳ ବିଭାଗରେ ଜଏଣ୍ଟ ଡାଇରେକ୍ଟର ମଧ୍ୟ ଘୋଷଣା କରିଛନ୍ତି। ଶ୍ରୀଜେଶ ପୂର୍ବରୁ ପବ୍ଲିକ ଏଜୁକେସନ ଡିପାର୍ଟମେଣ୍ଟରେ ଡେପୁଟି ଡାଇରେକ୍ଟର ରହିଥିଲେ।

ଏହାକୁ ନେଇ ଶ୍ରୀଜେଶ କହିଛନ୍ତି, ଜଣେ ଖେଳାଳି ଭାବେ ମୋର ସବୁଠାରୁ ବଡ ମହତ୍ବାକାକ୍ଷାଂ ଅଲିମ୍ପିକ୍ସରେ ପଦକ ଜିତିବା ରହିଥିଲା, ଯାହାଆଜି ମୋତେ ମିଳିଛି। ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତି ଇତିହାସ ରଚିଛି।