ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ କିଟ୍‌କୁ ଆଉ ଏକ ପଦକ: ୨୦୦ ମିଟର ଦୌଡ଼ରେ ଦୂତୀ ହାତେଇଲେ ରୌପ୍ୟ

ବେଙ୍ଗାଲୁରୁ(କେନ୍ୟୁଜ): ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ କିଟ୍‌ ବିଶ୍ୱବିଦ୍ୟାଳୟକୁ ଆଉ ଏକ ପଦକ। ୨୦୦ ମିଟର ଦୌଡ଼ରେ ଦୂତୀ ହାତେଇଲେ ରୌପ୍ୟ ପଦକ। ବେଙ୍ଗାଲୁରୁରେ ଆୟୋଜିତ ଦ୍ୱିତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ କିଟ୍‌ ପକ୍ଷରୁ ୨୦୦ ମିଟର ଦୌଡରେ ଭାଗ ନେଇଥିଲେ ଧାବିକା ଦୂତୀ ଚାନ୍ଦ ।

ଗତ ୩୦ ତାରିଖ ଦିନ ଆୟୋଜିତ ୧୦୦ ମିଟର ଦୌଡ଼ ପ୍ରତିଯୋଗୀତାରେ ସେ 11.68 ସେକେଣ୍ଡରେ 100 ମିଟର ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାତେଇଥିଲେ । ଆଜି ୨୦୦ ମିଟର ଦୌଡ଼ ପ୍ରତିଯୋଗୀତାରେ ସେ ରୌପ୍ୟ ପଦକ ହସଲ କରିଛନ୍ତି। ରୌପ୍ୟ ପଦକ ହାସଲ ପରେ ଦୂତୀ ଚାନ୍ଦ ପ୍ରତିକ୍ରିୟା ଦେଇ କହିଛନ୍ତି, ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଉଛି। ମାର୍ଗଦର୍ଶନ ପାଇଁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.