Khelo India youth games 2020: ଅଣ୍ଡର-୧୭ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ପଦକ ଜିତିଲା ଓଡିଶା

କେନ୍ଯୁଜ୍ : ଖେଲୋ ଭାରତ ୟୁବା ଖେଲ ୨୦୨୦ ଅଣ୍ଡର-୧୭ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛି ଓଡିଶା ଦଳ । ଏହି ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ପଦକ ମ୍ଯାଚ୍ ରେ ଓଡିଶା ଏବଂ ପଞ୍ଜାବ ମୁହାଁମୁହିଁ ହୋଇଥିଲେ । ଏମିତି ଲାଗିଥିଲା କି ପଞ୍ଜାବ ବ୍ରୋଞ୍ଜ ପଦକ ଜିତିଯିବ କାରଣ ମ୍ଯାଚର ୪୮ ମିନିଟ୍ ରେ ୨-୦ ସେ ଆଗୁଆ ଥିଲା ପଞ୍ଜାବ। କ୍ଯାପଟେନ୍ ଲୋଟଜେମ୍ ପ୍ରଥମ ଗୋଲ କରିଥିଲେ ଏବଂ ହରମନ ପ୍ରୀତ୍ ସିଂ ପଞ୍ଜାବ ପାଇଁ ଦ୍ବିତୀୟ ଗୋଲ କରିଥିଲେ । ହେଲେ ଓଡିଶା ୩-୨ ସ୍କୋରରେ ପ୍ରତିଯୋଗିତା ଜିତି ନେଇଥିଲା । ଯେଉଁଥିପାଇଁ ବହୁ ପରିଶ୍ରମ କରିବାକୁ ପଡିଥିଲା । ସାଇବରମ ହଂସଦା ଓଡିଶା ପାଇଁ ଖାତା ଖୋଲିଥିଲେ । ଯେତେବେଳେ କି ବିଜୟ ମାରାଣ୍ଡି ନିଜର ରାଜ୍ଯ ପାଇଁ ହାସଲ କରିଥିବା ବିଜେତାକୁ ନେଟ୍ କ୍ରିବା ପୂର୍ବରୁ ଲେବଲର ମାରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.