ଖେଳାଳିଙ୍କ ପିଲାମାନଙ୍କର କ୍ୟୁଟ୍‌ ଭିଡିଓ ସେୟାର କଲା CSK, ନଜର ଆସିଲେ ଜିଭା; ଦେଖନ୍ତୁ

ଚେନ୍ନାଇ ସୁପରକିଙ୍ଗ୍‌ସକୁ ଏକ ପରିବାର ବୋଲି କୁହାଯାଏ। ଏହି ଟିମ୍‌ ‘ଡ୍ୟାଡିସ୍‌ ଆର୍ମି’ ଭାବେ ମଧ୍ୟ ଜଣାଶୁଣା। କାରଣ ଏହି ଟିମ୍‌ର ଅଧିକାଂଶ ଖେଳାଳି ୩୦ ବର୍ଷରୁ ବଡ଼। କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ମଧ୍ୟ ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ସିଏସ୍‌କେର ଯେବେ ବି କୌଣସି ମ୍ୟାଚ୍‌ ଥାଏ, ତାଙ୍କ ପରିବାର ଲୋକେ ତାଙ୍କୁ ଉତ୍ସାହିତ କରିବାକୁ ନିଶ୍ଚୟ ଆସିଥାନ୍ତି।

ନିକଟରେ ଫ୍ରାଞ୍ଚାଇଜ୍‌ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଚେନ୍ନାଇର ଖେଳାଳିଙ୍କ ପିଲାମାନେ କ୍ୟାମ୍ପରେ ମସ୍ତି କରୁଥିବା ଦେଖାଯାଇଛି। ଏହି ଭିଡିଓରେ ଧୋନିଙ୍କ ଝିଅ ଜିଭା ମଧ୍ୟ ଅଛନ୍ତି। ଏଥିସହ ସୁରେଶ ରୈନାଙ୍କ କୁନି ପୁଅ ବି ଭିଡିଓରେ ଖେଳୁଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Chennai Super Kings (@chennaiipl)

ତେବେ କେବଳ ଏହି ଗୋଟିଏ ନୁହେଁ, ସିଏସ୍‌କେ ଆଉ ଏକ ଭିଡିଓ ମଧ୍ୟ ସେୟାର କରିଛି। ଭିଡିଓରେ ଧୋନି ହେଲିକପ୍ଟର ସର୍ଟ ମାରୁଥିବା ଦେଖାଯାଇଛି। ପରେ ଧୋନିଙ୍କ ସମେତ ଅନ୍ୟ ଖେଳାଳି ବଲ୍‌ ଖୋଜୁଥିବା ନଜର ଆସିଛି।

 

View this post on Instagram

 

A post shared by Chennai Super Kings (@chennaiipl)

ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ବି ସିଏସ୍‌କେ ପକ୍ଷରୁ ଟିମ୍‌ର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଏ, ଯାହାକୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.