ଆଇପିଏଲରୁ ସନ୍ନ୍ୟାସ ନେଲେ କିରୋନ ପୋଲାର୍ଡ, ମୁମ୍ବାଇ ଇଣ୍ଡିଆନ୍ସର କୋଚ୍‌ ଦାୟିତ୍ୱ ତୁଲାଇବେ

ଆଇପିଏଲରୁ ବିଦାୟ ନେଇଛନ୍ତି ଅଲରାଉଣ୍ଡର କିରୋନ ପୋଲାର୍ଡ । ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା କିରୋନ ଟି-୨୦ ଲିଗରୁ ସନ୍ନ୍ୟାସ ନେଇଛନ୍ତି। ପୋଲାର୍ଡ ୨୦୧୦ରୁ ଲଗାତାର ଭାବେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ସହିତ ଜଡିତ ରହିଛନ୍ତି। ଆଇପିଏଲ୍‌ ୨୦୨୩ ପାଇଁ ନୂଆ ସିଜିନ ରିଟେନସନ ଘୋଷଣା ହେବାର ଗୋଟେ ଦିନ ପୂର୍ବରୁ ସନ୍ନ୍ୟାସ ଘୋଷଣା କରିଚନ୍ତି। କିନ୍ତୁ ସନ୍ନ୍ୟାସ ନେବା ପରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ସହିତ ରହିବେ ପୋଲାର୍ଡ। ପୋଲାର୍ଡ ମୁମ୍ବାଇ ଇଣ୍ଡିଆନ୍ସ ଟିମର କୋଚ୍‌ ଦାୟିତ୍ୱରେ ରହିବ।

ପୋଲାର୍ଡ ନିଜ ଅଫିସିଆଲ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ପୋଲାର୍ଡ କହିଛନ୍ତି, ଏପରି ନିଷ୍ପତ୍ତି ନେବା ସହଜ ନୁହେଁ। ମୁଁ ଆଉ କିଛି ବର୍ଷ ଆଇପିଏଲ୍‌ ଖେଳିବାକୁ ଚାହୁଁଥିଲି। କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ଯେଉଁ ପରିସ୍ଥିତିରେ ଗତି କରୁଛି, ସେହି ସମୟରେ ସନ୍ନ୍ୟାସ ନେବାର ସଠିକ୍‌ ସମୟ।

୩୫ ବର୍ଷୀୟ ପୋଲାର୍ଡ ୨୦୧୦ରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଆଇପିଏଲ ଡେବ୍ୟୁ କରିଥିଲେ । ଲଗାତାର ୧୩ ବର୍ଷ ପର୍ଯ୍ୟନ୍ତ ମୁମ୍ବାଇ ପାଇଁ ଖେଳୁଥିଲେ। କିନ୍ତୁ ଗତ ସିଜିନରେ ମୁମ୍ବାଇର ନୈରାଶଜନକ ପ୍ରଦର୍ଶନ ଯୋଗୁଁ ନୂଆ ସିଜିନ ଆରମ୍ଭ ପୂର୍ବରୁ ଲିଗ୍‌ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସର ୧୨ ବର୍ଷ ଖେଳିବା ପରେ ୧୮୯ ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ୧୭୧ ପାଳି ଖେଳି ୩୪୧୨ ରନ୍‌ କରିଛନ୍ତି। ୧୬ ଅର୍ଦ୍ଧଶତକ ମାରିଛନ୍ତି। ଏହାଛଡା ୬୯ ଓ୍ଵିକେଟ ନେଇଛନ୍ତି। ଅଲରାଉଣ୍ଡର ଭାବେ ଆଇପିଏଲ୍‌ ୨୦୨୨ ସମୟରେ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.