କିଟ୍ ଓ କିସରେ ଦୂତିଙ୍କୁ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ବର (କେନ୍ୟୁଜ୍) : ଭୁବନେଶ୍ବର କିଟ୍ ବିଶ୍ବବିଦ୍ୟାଳୟରେ ଦୂତିଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା । ଦୂତି ସଚିବାଳୟରୁ ନିଜ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରୁ ଶୋଭାଯାତ୍ରାରେ କିସ୍‌ ଯାଇଥିଲେ ଦୂତି । କିସ୍‌ର ୨୭ ହଜାର ଆଦିବାସୀ ଛାତ୍ରଛାତ୍ରୀ ଦୂତିଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଦୂତି ନିଜ ସଂଘର୍ଷର କଥା କହିବା ସହ କିଟ୍‌, କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ନିଜ ମାଙ୍କ ବେକରେ ସେ ପାଇଥିବା ଫୁଲ ମାଳ ଓ ପଦକକୁ ବାପାଙ୍କ ବେକରେ ପକାଇ ନିଜର ସମ୍ମାନ ଓ ଶ୍ରଦ୍ଧା ଜଣାଇଥିଲେ । ଉପସ୍ଥିତ ଛାତ୍ର ଛାତ୍ରୀ, କିଟ୍ ଓ କିସ୍ କର୍ମକର୍ତ୍ତା ସମସ୍ତେ ଭାବବିହ୍ବଳ ହୋଇପଡ଼ିଥିଲେ । ଏସୀୟ କ୍ରୀଡ଼ାର ୧୦୦ ଓ ୨୦୦ ମିଟର ଦୌଡ଼ରେ ରୌପ୍ୟ ଜିତିଛନ୍ତି ଦୂତି । ଆସନ୍ତାକାଲି ଦୂତି ହାଇଦ୍ରାବାଦ ସ୍ଥିତ ଗୋପୀଚାନ୍ଦ ଏକାଡେମୀକୁ ଫେରିଯିବେ । ସେଠାରେ ସେ ତାଙ୍କର ଅଭ୍ୟାସ ଜାରି ରଖିବେ । ସେପ୍ଟେମ୍ବର ୩ ତାରିଖରେ ହାଇଦ୍ରାବାଦରୁ ଫେରିବା ପରେ ତାଙ୍କୁ ରାଜ୍ୟସ୍ତରୀୟ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ।