ଜାତୀୟ ଖେଳ ଦିବସରେ କ୍ରୀଡାବିତ୍‌ଙ୍କୁ ଶୁଭେଚ୍ଛା ଜଣାଇଲେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ୍‌) : ବୋଧହୁଏ ଏମିତିକା ଖେଳାଳି କ୍ରୀଡ଼ା ଇତିହାସରେ ଜନ୍ମ ନେଇ ନାହାନ୍ତି । ସେ ହେଉଛନ୍ତି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ହକି ଖେଳାଳି ମେଜର ଧ୍ୟାନଚାନ୍ଦ । ଯାହାଙ୍କ ଅବଦାନକୁ ସମ୍ମାନ ଦେଇ ଦେଶରେ ପାଳନ କରାଯାଉଛି ଜାତୀୟ କ୍ରୀଡ଼ା ଦିବସ । ତାଙ୍କ ଜନ୍ମ ଦିନ ଅଗଷ୍ଟ ୨୯ ତାରିଖକୁ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି । ଆଜି କେବଳ ରାଜ୍ୟ ନୁହେଁ ଦେଶର ସବୁ ସ୍ଥାନରେ କ୍ରୀଡ଼ା ଦିବସ ପାଳନ କରାଯାଉଛି ।

ସେହିଭଳି ଭୁବନେଶ୍ୱର ସ୍ଥିତ ଦୁଇ ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନ କିଟ୍‌ ଓ କିସ୍‌ରେ ମଧ୍ୟ ଆଜି ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଛି । ଏହି ଅବସରରେ ସମସ୍ତ କ୍ରୀଡ଼ାବିତ୍, କ୍ରୀଡ଼ା ପ୍ରେମୀ, କ୍ରୀଡ଼ାବିତ୍ ତଥା କ୍ରୀଡ଼ା ପ୍ରତିଭା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ କ୍ରୀଡାବିତମାନଙ୍କୁ ବ୍ୟାଗ୍ ପ୍ରଦାନ କରିଥିଲେ ।

କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର କ୍ରୀଡାକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେଉଛନ୍ତି। ତେବେ ୧୯୯୯ରୁ କିଟ୍‌ ଓ କିସ୍‌ କ୍ରୀଡାକୁ ଏକାଡେମିକ୍ ଅନୁଷ୍ଠାନ ଭାବରେ ଉତ୍ସାହିତ କରିଥିଲା । ଫଳରେ ୨୦୦୪ ସୁଦ୍ଧା କ୍ରୀଡ଼ାବିତମାନଙ୍କୁ ପ୍ରୋତ୍ସାହନ ତଥା ଉତ୍ସାହିତ କରିବା ପାଇଁ ଏକ ସୁଦୃଢ ରଣନୀତି ପ୍ରସ୍ତୁତ କରାଯାଇଥିଲା । ସେବେଠାରୁ ଉଭୟ ଅନୁଷ୍ଠାନର ଛାତ୍ର ଛାତ୍ରୀ କ୍ରୀଡ଼ା କ୍ଷେତ୍ରରେ ପାରଦର୍ଶିତା ଲାଭ କରି ଆସୁଛନ୍ତି ବୋଲି ଡ. ଅଚ୍ୟୁତ ସାମନ୍ତ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ମଧ୍ୟ ଯୋଗ ଦେଇଥିଲେ ।

ସମସ୍ତେ ଜାଣନ୍ତି କି ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରେରଣା ଏବଂ ବିଧିବଦ୍ଧ ଯୋଜନା ଫଳରେ କିଟ୍‌ ଓ କିସ୍‌ କ୍ୟାମ୍ପସରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି । ଏହା ବ୍ୟତୀତ ପ୍ରତିଭା ଥିବା ପ୍ରତ୍ୟେକ ଖେଳାଳିଙ୍କୁ ସୁଯୋଗ ଓ ପ୍ରୋତ୍ସାହନ ଦିଆଯାଉଛି । ଯାହାଫଳରେ ଏଠାରେ ବିଭିନ୍ନ କ୍ରୀଡ଼ା ବର୍ଗରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ସୃଷ୍ଟି ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.