ସରିଲା କିଟ୍ ପ୍ରିମିୟର ଲିଗର ଦ୍ୱାଦଶ ସଂସ୍କରଣ, ଚାମ୍ପିଅନ୍ ହୋଇଛି ଫରିଦାବାର ଆଲ-ଫାଲାହ ବିଶ୍ୱବିଦ୍ୟାଳୟ

ଭୁବନେଶ୍ବର (କେନ୍ୟୁଜ୍) : ସରିଲା କିଟ୍ ପ୍ରିମିୟର ଲିଗର ଦ୍ୱାଦଶ ସଂସ୍କରଣ । ଅମୃତସରର ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟକୁ ହରାଇ ଚାମ୍ପିଅନ୍ ହୋଇଛି ଫରିଦାବାର ଆଲ-ଫାଲାହ ବିଶ୍ୱବିଦ୍ୟାଳୟ। ପ୍ରଥମେ ବ୍ୟାଟିଂ କରି ଆଲ-ଫାଲାହ ବିଶ୍ୱବିଦ୍ୟାଳୟ ୨୦ ଓଭରରେ ୩ଓ୍ଵିକେଟ ହରାଇ ୨୧୬ ରନ କରିଥିଲା । ଜବାବରେ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ ହରାଇ ୧୪୩ ରନ କରି ପାରିଥିଲା। ଚଳିତବର୍ଷ କେପିଏଲ୍ରେ ପଞ୍ଚମ ଥର ଫାଇନାଲରେ ପ୍ରବେଶ କରିଥିଲେ ବି କେବେ ଚାମ୍ପିଅନ୍ ହୋଇ ପାରି ନଥିଲା ଆଲ-ଫାଲାହ ବିଶ୍ୱବିଦ୍ୟାଳୟ।

kpl

ବିଜୟୀ ଟିମ୍କୁ ଟ୍ରଫି ସହ ଦୁଇ ଲକ୍ଷ ଟଙ୍କା ଓ ରନର୍ସ ଅପ୍ ଦଳକୁ ଟ୍ରଫି ସହ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଗତ ୫ ତାରିଖରୁ ଆରମ୍ଭ ହୋଇଥିବା କେପିଏଲ୍ରେ ଦେଶର ୧୨ଟି ପ୍ରମୁଖ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଅରୂପ ପଟ୍ଟନାୟକ, ଅନୁଭବ ମହାନ୍ତି,କିମ୍ସର ମୁଖ୍ୟ କାଯ୍ୟର୍ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। କିଟ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଏଭଳି କାର‌୍ୟ୍ୟକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ । ଆଗାମୀ ଦିନରେ କିଟ ଷ୍ଟାଡିୟମ ଏକ ବିଶ୍ୱସ୍ତରୀୟ ହେବ ଓ ଆସନ୍ତାବର୍ଷ ସୁଦ୍ଧା ଏହି କାଯ୍ୟର୍ ଶେଷ ହେବ ବୋଲି କିଟ୍ର କ୍ରୀଡ଼ା ନିର୍ଦ୍ଦେଶକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.