ଆରମ୍ଭ ହୋଇଛି ସର୍ବଭାରତୀୟ କିଟ ପ୍ରିମିୟର ଲିଗରେ ୧୨ ତମ ସଂସ୍କରଣ

ଭୁବନେଶ୍ବର (କେନ୍ୟୁଜ୍) : କିଟ ଷ୍ଟାଡିୟମରେ ଆରମ୍ଭ ହୋଇଛି ସର୍ବଭାରତୀୟ କିଟ ପ୍ରିମିୟର ଲିଗ୍ର ୧୨ ତମ ସଂସ୍କରଣ ଓ ସର୍ବ ଭାରତୀୟ ଦିନ-ରାତି ଟି-ଟେ୍ଵଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ । କିଟ ଓ କିସ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏହାର ଉଦ୍ଘାଟନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୧ ତାରିଖ ପଯ୍ୟର୍ନ୍ତ ଚାଲିବ । ସାରା ଦେଶରୁ ଆସିଥିବା ୧୨ ଟି ବିଶ୍ୱବିଦ୍ୟାଳୟ ଟିମ୍ ଏଥିରେ ସାମିଲ ହୋଇଛନ୍ତି । ସେମାନଙ୍କୁ ଚାରୋଟି ପୁଲରେ ବିଭକ୍ତ କରାଯାଇଛି ।

ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ଟିମକୁ ଟ୍ରଫି ସହ ୨ ଲକ୍ଷ ଟଙ୍କା ପୁରସ୍କାର ବାବଦରେ ମିଳିବ । ସେହିପରି ରନର୍ସ ଅପ ଟିମ ପୁରସ୍କାର ୧ ଲକ୍ଷ ଟଙ୍କା ବିଆଯିବ । ଉଦଘାଟନୀ ମ୍ୟାଚରେ କିଟ ବିଶ୍ୱବିଦ୍ୟାଳୟ ଓ ବାରଣାସୀର ଏମଜି କାଶୀ ବିଦ୍ୟାପୀଠ ମଧ୍ୟରେ ମୁକାବିଲା ହୋଇଥିଲା । ଉତ୍ସବରେ ବିସିସିଆଇ ଚୟନକର୍ତ୍ତା ବାନ୍ତା ସିଂ, ଏମ.ଏସ.କୁମାର, ଜୟକୁମାର ସିହ୍ନା, ଅବିନାଶ କୁମାର ଓ ଲଲିତ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.