Badminton Court: ଲାଗୋସ୍ ଇଣ୍ଟରନ୍ୟାସନାଲ୍ କ୍ଲାସିକ୍ ୨୦୨୬ରେ ଉଡ଼ିଛି ଭାରତୀୟ ପତାକା, ସ୍ବର୍ଣ୍ଣ ପଦକ ଜିତିଲେ କିଟ ଛାତ୍ରୀ ପଣ୍ଡା ସିଷ୍ଟର୍ସ
ଭୁବନେଶ୍ୱର: ବ୍ୟାଡମିଣ୍ଟନ୍ କୋର୍ଟରେ ପଣ୍ଡା ସିଷ୍ଟର୍ସଙ୍କ ଦବ୍ ଦବା l ନାଇଜେରିଆରେ ଆୟୋଜିତ ‘ଲାଗୋସ୍ ଇଣ୍ଟରନ୍ୟାସନାଲ୍ କ୍ଲାସିକ୍ ୨୦୨୬’ରେ ଉଡ଼ିଛି ଭାରତୀୟ ପତାକା । ଓଡ଼ିଶାର ଦୁଇ ସଫଳ ଭଉଣୀ, ରୁତାପର୍ଣ୍ଣା ପଣ୍ଡା ଏବଂ ଶ୍ୱେତାପର୍ଣ୍ଣା ପଣ୍ଡା ମହିଳା ଡବଲ୍ସରେ ଗୋଲ୍ଡ ମେଡାଲ୍ ଜିତି ଦେଶ ଓ ରାଜ୍ୟର ନାଁ ରଖିଛନ୍ତି । ଫାଇନାଲ୍ ମୁକାବିଲାରେ କିଟ ଛାତ୍ରୀ ରୁତାପର୍ଣ୍ଣା ଏବଂ ଶ୍ୱେତାପର୍ଣ୍ଣାଙ୍କ ଯୋଡ଼ି ଅନ୍ୟତମ ଭାରତୀୟ ଖେଳାଳି କବିପ୍ରିୟା ସେଲଭମ୍ ଓ ସିମରନ୍ ସିଂଘୀଙ୍କୁ ୨୧-୧୪, ୨୫-୨୩ ସେଟ୍ ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି l
ସେମିଫାଇନାଲ୍ ମ୍ୟାଚ୍ ରେ ଉଭୟ ଦକ୍ଷିଣ ଆଫ୍ରିକାର ଶକ୍ତିଶାଳୀ ଯୋଡ଼ି ଏମି ଏକରମ୍ୟାନ୍ ଏବଂ ଜୋହାନିତା ଶୋଲ୍ଟଜ୍ ଙ୍କୁ ଏକତରଫା ଭାବେ ୨୧-୮, ୨୧-୧୩ ଗେମ୍ ରେ ଧୂଳି ଚଟାଇ ଫାଇନାଲ୍ ରେ ପ୍ରବେଶ କରିଥିଲେ । ସେପଟେ ଉଭୟଙ୍କ ପାଇଁ ନାଇଜେରିଆ ସାଜିଲା ‘ଲକି ଚାର୍ମ୍’ l ଲାଗୋସ୍ ସ୍ଥିତ ନେସନାଲ୍ ଷ୍ଟାଡିୟମ୍ ର ଇଣ୍ଡୋର ସ୍ପୋର୍ଟସ୍ ହଲରେ ମିଳିଥିବା ଏହି ଐତିହାସିକ ବିଜୟ ପରେ ଦୁଇ ଭଉଣୀ ଅତ୍ୟନ୍ତ ଉତ୍ସାହିତ ନଜର ଆସିଛନ୍ତି । ନାଇଜେରିଆ ସେମାନଙ୍କ ପାଇଁ ସବୁବେଳେ ‘ଲକି ଡେଷ୍ଟିନେସନ୍’ ସାବ୍ୟସ୍ତ ହୋଇଛି l ଏହାପୂର୍ବରୁ ୨ ଭଉଣୀ ଏଠାରେ ବ୍ରୋଞ୍ଜ ପଦକ ନିଜ ନାଁରେ କରିଥିଲେ l ଏବେ ସ୍ବର୍ଣ୍ଣ ପଦକ ଜିତି କୀର୍ତ୍ତିମାନ ରଚିଛନ୍ତି କିଟ ଛାତ୍ରୀ ପଣ୍ଡା ସିଷ୍ଟର୍ସ l
Also Read: Neeraj Chopra Injury: ଡାଇମଣ୍ଡ ଲିଗ୍ ଏବଂ ଏସିଆନ ଗେମ୍ସରୁ ବାଦ୍ ପଡ଼ିଲେ ନୀରଜ ଚୋପ୍ରା, ଲିଗାମେଣ୍ଟରେ ଲାଗିଛି ଆଘାତ