ଅଲ୍‌ ଇଣ୍ଡିଆ ଇଣ୍ଟର ଜୋନ୍‌ ଟେନିସ୍‌ରେ କିଟ୍‌ ପୁରୁଷ ଟିମ୍‌ ଜିତିଲା ବ୍ରୋଞ୍ଜ ପଦକ

ଭୁବନେଶ୍ୱର (କେନ୍ୟୁଜ୍‌) : ଅଲ ଇଣ୍ଡିଆ ଇଣ୍ଟର ଜୋନ୍‌ ଟେନିସ୍‌ ଚାମ୍ପିଅନସିପ୍‌ର ପୁରୁଷ ବିଭାଗରେ ବ୍ରୋଞ୍ଜ ଜିତିଛି କିଟ୍‌ ବିଶ୍ୱବିଦ୍ୟାଳୟ। ପ୍ରତିଯୋଗିତାର ଉଦ୍‌ଯାପନୀ ଦିବସରେ କିଟ୍‌ ବିଶ୍ୱବିଦ୍ୟାଳୟ ତିରୁପତିର ଶ୍ରୀଭେଙ୍କେଟେଶ୍ୱର ବିଶ୍ୱବିଦ୍ୟାଳୟକୁ ୩-୧ରେ ହରାଇଥିଲା।

କିଟ୍‌ ବିଶ୍ୱବିଦ୍ୟାଳୟ ଖେଳାଳିମାନେ ହେଲେ କବିର ହନ୍‌ସ, ଜଷ୍ଟିନ କାସୁଇଗୁଆଙ୍ଗ ପାନ୍‌ମେଇ ଓ ଆଶିଷ କୁମାର ପରିଡ଼ା। ଭଲ ପ୍ରଦର୍ଶନ ପାଇଁ କବିର ହନ୍‌ସ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୨ ପାଇଁ ଭାରତୀୟ କ୍ୟାମ୍ପ ଲାଗି ମନୋନୀତ ହୋଇଛନ୍ତି। ବ୍ରୋଞ୍ଜ ପଦକ ବିଜୟୀ କିଟ୍‌ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ।