ଇଷ୍ଟ ଜୋନ୍‌ ଇଣ୍ଟର ୟୁନିଭର୍ସିଟି ଟୁର୍ଣ୍ଣାମେଣ୍ଟରେ କିଟ୍‌ର ମହିଳା ଓ ପୁରୁଷ ଟେନିସ୍‌ ଟିମ୍‌ ଚାମ୍ପିଅନ

କେନ୍ୟୁଜ୍(ବ୍ୟୁରୋ):   ଇଷ୍ଟ ଜୋନ୍‌ ଇଣ୍ଟର ୟୁନିଭର୍ସିଟି ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇଛି କିଟ୍‌ ଟେନିସ୍‌ ଟିମ୍‌ । କିଟ୍‌ ବିଶ୍ୱବିଦ୍ୟାଳୟର ଉଭୟ ପୁରୁଷ ଓ ମହିଳା ଟିମ୍‌ ଚାମ୍ପିଅନ ହୋଇଛନ୍ତି। ଆସୋସିଏନ ଅଫ ଇଣ୍ଡିଆନ ୟୁନିଭର୍ସିଟିସ୍‌ , କୋଲକାତାର ଯାଦବପୁର ଓ ସିଷ୍ଟର ନିବେଦିତା ବିଶ୍ୱବିଦ୍ୟାଳୟ ମିଳିତ ଭାବେ କୋଲକାତାରେ ଆୟୋଜନ କରିଥିଲେ ଇଷ୍ଟ ଜୋନ୍‌ ଇଣ୍ଟର ୟୁନିଭର୍ସିଟି ଟୁର୍ଣ୍ଣାମେଣ୍ଟ। ୨୧ ତାରିଖରେ ଆରମ୍ଭ ହୋଇଥିବା ଟୁର୍ଣ୍ଣାମେଣ୍ଟରେ ଆଜି ଅନୁଷ୍ଠିତ ହୋଇଥିଲା ଫାଇନାଲ।

ପୁରୁଷ ବର୍ଗ ଫାଇନାଲରେ କିଟ୍‌ ବିଶ୍ୱବିଦ୍ୟାଳୟ ଟିମ୍‌ ଯାଦବପୁର ବିଶ୍ୱବିଦ୍ୟାଳୟ ଟିମ୍‌କୁ ୨-୦ ଗେମ୍‌ରେ ହରାଇଥିଲା। ସେହିପରି କିଟ୍‌ର ମହିଳା ଟିମ୍‌ ମଧ୍ୟ ଫାଇନାଲରେ ଯାଦବପୁର ବିଶ୍ୱବିଦ୍ୟାଳୟ ଟିମ୍‌କୁ ୨-୦ଗେମ୍‌ରେ ହରାଇଥିଲା। କିଟ୍‌ର ପୁରୁଷ ଓ ମହିଳା ଟିମ୍‌ର ସଫଳତା ସହ ଉଭୟ ଅଲ୍‌ ଇଣ୍ଡିଆ ଇଣ୍ଟର ୟୁନିଭର୍ସିଟି ଇଣ୍ଟର ଜୋନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟ ଓ ତୃତୀୟ ଖେଲୋ ଇଣ୍ଡିଆ ଗେମ୍‌ସ ପାଇଁ ମନୋନୀତ ହୋଇଛନ୍ତି। କିଟ୍‌ ଟେନିସ୍‌ ଟିମ୍‌ର ସଫଳତା ପାଇଁ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ।