ପ୍ରଥମ ବଲ୍‌ରେ ଆଉଟ ହେଲେ ବିରାଟ କୋହଲି, ଭାବୁକ ହେଲେ ଫ୍ୟାନ୍ସ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପୂର୍ବତନ ଅଧିନାୟକ ଏବଂ ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ବିରାଟ କୋହଲି ୧୯ ଏପ୍ରିଲ ଆଇପିଏଲ୍‌ ମ୍ୟାଚରେ ଗୋଲଡେନ ଡକ୍‌ର ଶିକାର ହୋଇଥିଲେ। ଲକ୍ଷ୍ମୌ ବିପକ୍ଷରେ ଥିବା ମ୍ୟାଚରେ ପ୍ରଥମ ବଲରେ ଆଉଟ୍‌ ହୋଇଥିଲେ ବିରାଟ। ଯାହାକୁ ନେଇ ଫ୍ୟାନ୍ସ ଦୁଃଖ ପ୍ରକାଶ କରିଛନ୍ତି।

ବିରାଟ ଦୀର୍ଘଦିନରୁ ପ୍ରଦର୍ଶନ ଖରାପ ରହିଛି। ଯାହା ଇଣ୍ଟରନ୍ୟାସନାଲ ମ୍ୟାଚ ପରେ ଆଇପିଏଲ୍‌ରେ ଦେଖିବାକୁ ମିଳିଛି। ବିରାଟ କୋହଲି ପ୍ରଥମ ବଲରେ ଆଉଟ୍‌ ହେବା ପରେ ହସି ହସି ପାଭିଲିୟନ ଫେରିଛନ୍ତି। ଆଉ ବିରାଟଙ୍କର ଏହି ଭାବଭଙ୍ଗୀ ଭାଇରଲ ହେବାରେ ଲାଗିଛି।

କିଙ୍ଗ କୋହଲି ଏପରି ଆଉଟ୍‌ ହେବା ନେଇ ଫ୍ୟାନ୍ସଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ତୁରନ୍ତ ବିରାଟ କୋହଲି ଟ୍ରେଣ୍ଡରେ ରହିଛନ୍ତି । ବିରାଟଙ୍କ ଭିଡିଓ, ଫଟୋ ଏବଂ ସ୍କୋର ଖବୁଜୋରରେ ଭାଇରଲ ହେଉଛି।

ବିରାଟ କୋହଲି ଆଉଟ୍‌ ହେବା ପରେ ଫ୍ୟାନ୍ସ ଅଲଗା ଅଲଗା ପ୍ରତିକ୍ରିୟା ଦେଇଛନ୍ତି। ଷ୍ଟାଡିୟମରେ ଜଣେ ମହିଳା ଫ୍ୟାନ୍ସ ନିଜ ମୁହଁକୁ ଘୋଡାଇ ଥିବା ବେଳେ ସୋସିଆଲ ମିଡିଆରେ ଭାଇରଲ ହେଉଛି। କିଛି ଫ୍ୟାନ୍ସ ଲେଖିଛନ୍ତି, ବିରାଟ କୋହଲିଙ୍କୁ ଏପରି ଦେଖି ହୃଦୟ ଭାଙ୍ଗିଯାଉଛି। ବିରାଟଙ୍କ କ୍ୟାରିଅର ଶେଷ ହେବାକୁ ବସିଲାଣି ବୋଲି ମଧ୍ୟ କମେଣ୍ଟ ଦେଖିବାକୁ ମିଳିଛି।


ବିରାଟ କୋହଲି ଗତ ୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଗୋଲେଡନ ଡକ୍‌ର ଶିକାର ହୋଇଛନ୍ତି। ଦୁଷ୍ମନ୍ତା ଚମିରାଙ୍କ ବଲକୁ ପଏଣ୍ଟ ଆଡକୁ ଖେଳିବା ଚକ୍କରରେ ବିରାଟ କୋହଲି କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ବିରାଟ ଆଉଟ୍‌ ହେବା ପରେ ଅଳ୍ପ ହସି ଦେଇ ପ୍ୟାଭିଲିଅନକୁ ଚାଲିଯାଇଥିଲେ। ଯାହା ଏବେ ଭାଇରଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.