କ୍ରୀଡା

ଏଥର ନୂଆ ନାମରେ ଆଇପିଏଲରେ ଏଣ୍ଟ୍ରି କରିବ କିଙ୍ଗସ ଇଲେଭେନ ପଞ୍ଜାବ, ଜାଣନ୍ତୁ କ’ଣ ରହିବ ନୂଆ ନାମ

ନୂଆ ରୂପରେ ନୂଆ ନାମରେ ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗରେ ଏଣ୍ଟ୍ରି କରିବ କିଙ୍ଗସ୍ ଇଲେଭେନ୍ ପଞ୍ଜାବ। ଚଳିତ ଆଇପିଏଲ ସିଜିନରେ ଏଣିକି ‘ପଞ୍ଜାବ କିଙ୍ଗ୍ସ୍’ ନାମରେ ମଇଦାନକୁ ଓହ୍ଲାଇବ କିଙ୍ଗସ୍ ଇଲେଭେନ୍ ପଞ୍ଜାବ। ଖୁବଶୀଘ୍ର ଫ୍ରାଞ୍ଚାଇଜ ପକ୍ଷରୁ ଦଳର ନୂଆ ନାଁ ଘୋଷଣା କରାଯିବ ବୋଲି ସୂଚନା ରହିଛି।

ବିସିସିଆଇ ଦେଇଥିବା ସୂଚନା ଅନୁସାରେ, ଦଳ ଦୀର୍ଘ ସମୟରୁ ନାମ ବଦଳେଇବା ନେଇ ବିଚାରବିମର୍ଶ କରୁଥିଲା। ତେଣୁ ଦଳ ଆଇପିଏଲର ୧୪ ସିଜନ ପୂର୍ବରୁ ନାମ ପରିବର୍ତ୍ତନ କରିବାକୁ ଠିକ୍ ମନେ କରିଛି। ଏଭଳି ନିଷ୍ପତ୍ତି ହଠାତ୍ ନିଷ୍ପତ୍ତି ନୁହେଁ ବୋଲି ବିସିସିଆଇ ପକ୍ଷରୁ ମଧ୍ୟ କୁହାଯାଇଛି।
ଆଇପିଏଲ ଇତିହାସରେ ଗୋଟେ ଥର ପାଇଁ ବି ଟାଇଟଲ ଜିତି ପାରିନାହିଁ ମୋହିତ ବର୍ମନ, ନେସ୍ ଓ୍ଵାଡିଆ, ପ୍ରୀତି ଜିଣ୍ଟା ଓ କରଣ ପଲଙ୍କ ଟିମ୍ କିଙ୍ଗସ୍ ଇଲେଭେନ୍ ପଞ୍ଜାବ। ଥରେ ଦଳ କେବଳ ଉପ-ବିଜେତା ରହିଛି। ଆଗାମୀ ଆଇପିଏଲ ସଂସ୍କରଣ ଏପ୍ରିଲରେ ହେବାକୁ ଥିବାବେଳେ ଖେଳାଳି ନିଲାମୀ ୧୮ ତାରିଖରେ ଅନୁଷ୍ଠିତ ହେବ।

Swagatika

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

11 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

12 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

16 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

38 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

46 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

53 mins ago