୧୮ ବର୍ଷରୁ କମ୍ ଭାରତୀୟ ବାଳିକା ରଗବୀ ଟିମରେ କିସ୍ ର ୫ଜଣ ଖେଳାଳି

ଭୁବନେଶ୍ବର(କେନ୍ଯୁଜ୍) : ୧୮ ବର୍ଷରୁ କମ୍ ଭାରତୀୟ ବାଳିକା ରଗବୀ ଟିମରେ କିସ୍ ର ୫ଜଣ ଖେଳାଳି । ସେମାନେ ହେଲେ ସୁମିତ୍ରା ନାୟକ, ସୋନି ମନ୍ଦାଙ୍ଗିନୀ, ଲିଜା ସର୍ଦ୍ଦାର, ପାର୍ବତୀ କିସ୍କୁ ଓ ଜେମାମଣି ନାଏକ । ଆସନ୍ତା ୨୬ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏସିଆନ ରଗ୍ବୀ 7’S ୧୮ ବର୍ଷରୁ କମ ବାଳିକା ଚାମ୍ପିଅନସିପ୍ ଅନୁଷ୍ଠିତ ହେବ । ଏହା ୨୮ ତାରିଖ ଯାଏଁ ଚାଲିବ । ଭାରତୀୟ ଦଳରେ ମୋଟ୍ ୧୨ ଜଣ ଖେଳାଳି ଅଛନ୍ତି । ଏମାନଙ୍କ ଭିତରେ ସ୍ଥାନ ପାଇଛନ୍ତି କିସ୍ର ୫ ଜଣ ରଗ୍ବୀ ଖେଳାଳି ।