କିସ ଛାତ୍ର ଜୟରାମ ଓଡିଶାକୁ ଦେଲେ ପ୍ରଥମ ସ୍ବର୍ଣ୍ଣ ,ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର : ଭାରତୀୟ ଦୌଡ଼କୁଦ ସଂଘ ,ଓଡିଶା ଦୌଡ଼କୁଦ ସଂଘ ଓ ରାଜ୍ୟ କ୍ରୀଡା ଯୁବସେବା ବିଭାଗର ୩୯ତମ ଜାତୀୟ ଦୌଡ଼କୁଦରେ କିସ ଛାତ୍ର ଦଣ୍ଡପତି ଜୟରାମ ଓଡିଶାକୁ ପ୍ରଥମ ସ୍ବର୍ଣ୍ଣ ପଦକ ଦେଇଛନ୍ତି । ସେ ଆମ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ୨୦ବର୍ଷରୁ କମ ପୁରୁଷ,୧୦୦ ମିଟର ଦୋୖଡରେ ବିଜୟୀ ହୋଇଛନ୍ତି ଦଣ୍ଡପତି ।

ଏହି ସଫଳତାରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଜୟରାମଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଦଣ୍ଡପତିଙ୍କୁ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି । ଜୟରାମ ୧୦.୫୦ ସେକେଣ୍ଡରେ ଦୌଡ଼ ଅତିକ୍ରମ କରିଥିଲେ । ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି ।

ଏହି ଦୌଡ ପ୍ରତିଯୋଗିତାରେ ମହାରାଷ୍ଟ୍ରର ଲାଇକିକ ମେଗାଲ, ଦ୍ୱିତୀୟ ହୋଇଛନ୍ତି ।  ହର୍ଷିତ ରାୱତ ତୃତୀୟ ସ୍ଥାନ ଲାଭ କରିଛନ୍ତି । ୧୮ ବର୍ଷରୁ କମ ବାଳକ ୧୦୦ ମିଟର ଦୌଡ ଫାଇନାଲରେ ଓଡିଶାର ପ୍ରତୀକ ମହାରଣା ୧୧.୦୫ ସେକେଣ୍ଡରେ ଅତିକ୍ରମ କରି ଅଷ୍ଟମ ଶ୍ରେଣୀରେ ରହିଥିଲେ ।