ଆଇପିଏଲ ଫାଇନାଲରେ କୋଲକତା ନାଇଟ ରାଇଡର୍ସ, ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ଵିକେଟରେ ହରାଇଲା

ପ୍ରଥମ କ୍ବାଲିଫାୟାରରେ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି ଲିଗ୍ ଟପ୍ପର କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି । ଶ୍ରେୟସ ଆୟର ୨୪ ବଲରୁ ୫୮ ରନ୍ ଓ ଭେଙ୍କେଟଶ ଆୟର ୨୮ ବଲରୁ ୫୧ ରନ୍ କରିଥିଲେ । ଦୁଇ ଜଣଙ୍କ ଅର୍ଦ୍ଧଶତକ କାରଣରୁ କେକେଆର ୩୮ ବଲ୍ ପୂର୍ବରୁ ୮ ୱିକେଟରେ ବିଜୟୀ ହୋଇଥିଲା ।

ଆଇପିଏଲ-୨୦୨୪ର ପ୍ରଥମ କ୍ୱାଲିଫାୟାରରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ ଦେଇ ଫାଇନାଲରେ ପ୍ରବେଶ କରିଛି କୋଲକାତା ନାଇଟ ରାଇଡର୍ସ । ସନରାଇଜର୍ସ ହାଇଦ୍ରାବାଦ ଟିମ୍‌ ପ୍ରଥମେ ବ୍ୟାଟିଂ କରି ୧୫୯ ରନ୍‌ କରିପାରିଥିଲା । ଯାହାକୁ କୋଲକତା ମାତ୍ର ୧୩.୪ ଓଭରରେ ୨ ଓ୍ଵିକେଟ ହରାଇ ୧୬୪ ରନ୍‌ ହାସଲ କରିଥିଲା । ମିଚେଲ ଷ୍ଟାର୍କଙ୍କ ପରେ ଅଧିନାୟକ ଶ୍ରେୟସ ଆୟର ଏବଂ ଭେଙ୍କଟେଶ ଆୟରଙ୍କ ବିସ୍ଫୋରକ ବ୍ୟାଟିଂରେ କୋଲକତା ଫାଇନାଲରେ ଏଣ୍ଟ୍ରି କରିଛି ।

ପ୍ରଥମ କ୍ବାଲିଫାୟାରରେ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି ଲିଗ୍ ଟପ୍ପର କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି । ଶ୍ରେୟସ ଆୟର ୨୪ ବଲରୁ ୫୮ ରନ୍ ଓ ଭେଙ୍କେଟଶ ଆୟର ୨୮ ବଲରୁ ୫୧ ରନ୍ କରିଥିଲେ । ଦୁଇ ଜଣଙ୍କ ଅର୍ଦ୍ଧଶତକ କାରଣରୁ କେକେଆର ୩୮ ବଲ୍ ପୂର୍ବରୁ ୮ ୱିକେଟରେ ବିଜୟୀ ହୋଇଥିଲା । ସନ ରାଇଜର୍ସ ହାଇଦ୍ରାବାଦ ୧୫୯ ରନ୍ କରିଥିବା ବେଳେ କୋଲକାତା ନାଇଟ୍ ରାଇଡର୍ସ ୧୬୪ ରନ୍ କରି ବିଜୟୀ ହୋଇଥିଲା । ହାଇଦ୍ରାବାଦକୁ ଏବେ ଦ୍ବିତୀୟ କ୍ବାଲିଫାୟର ଖେଳିବାକୁ ହେବ ।

ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ । ଆଜି ମ୍ୟାଚର ବିଜୟୀ ଦଳ ରବିବାର ଖେଳାଯିବାକୁ ଥିବା ଫାଇନାଲରେ କୋଲକାତାକୁ ଭେଟିବ । ଶୁକ୍ରବାର ଦିନ ସନରାଇଜର୍ସ ହାଇଦ୍ରାବାଦ ସହ ଆଜି ମ୍ୟାଚର ପରାଜିତ ଦଳ ଖେଳିବ। ୨୦୨୧ ପରେ KKR ପୁଣି ଥରେ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ।

Leave A Reply

Your email address will not be published.