ଧୋନୀଙ୍କ ଦମଦାର ପ୍ରଦର୍ଶନ ପରେ ବି ଟିମ୍ କୁ ମିଳିଲାନି ସଫଳତା

ମାହିଙ୍କ ଅଲୋଡ଼ା ରେକର୍ଡ। ୩ବର୍ଷ ପରେ ଧୋନିଙ୍କ ବ୍ୟାଟରୁ ପ୍ରଥମ ଆଇପିଏଲ ଫିପ୍‌ଟି। ଚେନ୍ନାଇ ସୁପର କିଙ୍ଗ୍‌ସର ପୂର୍ବତନ କ୍ୟାପଟେନ ଏମଏସ ଧୋନି ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି। କୋଲକାତା ବିପକ୍ଷ ମ୍ୟାଚରେ ଦମଦାର ପାଳି ଖେଳିଛନ୍ତି ଧୋନି। ସିଏସକେ କଠିନ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଧୋନି ୩୮ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ।

ଏହାସହ ଚଳିତ ଆଇପିଏଲରେ ଅର୍ଦ୍ଧଶତକ ହାସଲ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି। ଶେଷ ଥର ପାଇଁ ୨୦୧୯ରେ ଆଇପିଏଲ ମ୍ୟାଚରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ମାହିଙ୍କ ଅର୍ଦ୍ଧଶତକ ସତ୍ୱେ ଆଇପିଏଲ ସିଜିନ୍‌-୧୫ର ପ୍ରଥମ ମ୍ୟାଚରେ ଚେନ୍ନାଇକୁ ପରାସ୍ତ କଲା କୋଲକାତା ନାଇଟ୍‌ ରାଇଡର୍ସ । ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୧୩୨ ରନ୍‌ କରିଥିଲା । କୋଲକାତା ମାତ୍ର ୪ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.