ଉଦଘାଟନୀ ମ୍ୟାଚରେ ଆରସିବିର ଦମଦାର ବିଜୟ, ୭ ୱିକେଟରେ ହାରିଲା କେକେଆର

IPLର ଉଦଘାଟନୀ ମ୍ୟାଚରେ ଆରସିବିର ଦମଦାର ବିଜୟ । ପ୍ରଥମ ମ୍ୟାଚରେ କୋଲକାତା ନାଇଟରାଇଡର୍ସ (KKR)କୁ ୭ ଓ୍ବିକେଟରେ ହରାଇ ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) । ଆରସିବି ମାତ୍ର 16.2 ଓଭରରେ 177 ରନ୍ ହାସଲ କରି ବାଜି ମାରିଛି । କେକେଆର ଆରସିବିକୁ 175 ରନର ଟାର୍ଗେଟ ଦେଇଥିଲେ । । ଆରସିବି ପକ୍ଷରୁ ୨ ଓପନର ଅର୍ଦ୍ଧଶତକ ହାସଲ କରିଥିଲେ । ୩୬ ବଲ୍ ରୁ ୫୯ ରନ୍ କରି ଅପରାଜିତ ରହିଲେ ବିରାଟ କୋହଲି । ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୧୭୪ ରନ୍ କରିଥିଲା କେକେଆର । ଆରସିବି ୩ ୱିକେଟ ହରାଇ ୧୭୭ ରନ୍ କରି ମ୍ୟାଚ ଜିତିନେଇଛି ।

ଏପଟେ ଆଜି ଆଇପିଏଲରେ ଦୁଇ ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚରେ ହାଇଦ୍ରାବାଦ ଓ ରାଜସ୍ଥାନ ମୁହାଁମୁହିଁ ହେବେ । ରାତି ୭ଟା ୩୦ ମିନିଟରେ ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ମୁକାବିଲା ହେବ । ତେବେ ରାଜସ୍ଥାନ ରୟାଲ୍‌ସ ପାଖରେ ମଧ୍ୟ ବହୁ ପ୍ରତିଭାବାନ ଖେଳାଳି ରହିଛନ୍ତି। ପ୍ୟାଟ୍ କମିନ୍ସଙ୍କ ନେତୃତ୍ବରେ ହାଇଦ୍ରାବାଦ ବିଜୟରୁ ତାର ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିବ। ଟ୍ରାଭିସ୍ ହେଡ୍, ଅଭିଷେକ ଶର୍ମା, ନୀତୀଶ କୁମାର ରେଡ୍ଡୀଙ୍କ ଉପସ୍ଥିତି ପାଇଁ ଏହି ଦଳ ଏଥର ବିଜେତା ହେବା ଦୌଡ଼ରେ ସାମିଲ ‌ହୋ‌ଇପାରେ ବୋଲି ଆକଳନ କରାଯାଉଛି।

ଅନ୍ୟପକ୍ଷରେ ଅଙ୍ଗୁଳିରେ ଆଘାତ ଲାଗିଥିବାରୁ ସଞ୍ଜୁ ସାମସନଙ୍କ ସ୍ଥାନରେ ରିୟାନ ପରାଗ ପ୍ରଥମ ସଂସ୍କରଣ ବିଜେତା ରାଜସ୍ଥାନ ରୟାଲ୍ସର ଅଧିନାୟକ ଦାୟିତ୍ବ ତୁଲାଇବେ । ଏଣୁ ଏହି ମ୍ୟାଚ୍‌ରେ ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ନୂଆ ଆହ୍ବାନ ନେଇ ଆସିବ । ରାଜସ୍ଥାନ ପାଖରେ ମଧ୍ୟ ସିମରନ୍ ହେଟମାୟର, ଯଶସ୍ବୀ ଜୟସ୍ବାଲ, ଶିବମ ଦୁବେଙ୍କ ଭଳି ଖେଳାଳି ଅଛନ୍ତି । ତେବେ ଏହି ଦଳ ବହୁ ବଡ଼ବଡ଼ ଖେଳାଳିଙ୍କୁ ନିଲାମ ପୁଲ୍‌କୁ ଛାଡ଼ି ଦେଇଥିବାରୁ କିଛିଟା ସମସ୍ୟାର ସମ୍ମୁଖୀନ ହୋଇପାରେ। ଗତବର୍ଷ କ୍ବାଲିଫାୟର-୨ରେ ରାଜସ୍ଥାନ ରୟାଲ୍‌ସକୁ ସନ୍‌ରାଇଜର୍ସ ହାଇଦ୍ରାବାଦ ହରାଇଥିଲା । ଏଥର ରାଜସ୍ଥାନ ସେହି ପରାଜୟର ମଧୁର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ।

 

ଆହୁରି ପଢ଼ନ୍ତୁ : ବାରବାଟୀକୁ ଖେଳାଯିବ ଆଉ ଏକ ଆନ୍ତଜାତିୟ ମ୍ୟାଚ, ଆସନ୍ତା ଡିସେମ୍ବର ୯ ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ