ଖରାପ ଫର୍ମ ଦେଇ ଗତି କରୁଥିବା କେଏଲ୍‌ ରାହୁଲ ଓ ପତ୍ନୀ ଆଥିୟା କଲେ ବାବା ମହାକାଳଙ୍କୁ ଦର୍ଶନ; ଦେଖିଲେ ବାବାଙ୍କ ଭସ୍ମ ଆଳତି

ଭାରତୀୟ କ୍ରିକେଟ୍‌ର ବିଗ୍‌ ଥ୍ରୀରେ ସାମିଲ କେଏଲ୍‌ ରାହୁଲ ବର୍ତ୍ତମାନ ନିଜ କ୍ୟାରିୟରରେ ସବୁଠୁ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ସେ ଇନ୍ଦୋରରେ ପହଞ୍ଚି ସାରିଛନ୍ତି। ମ୍ୟାଚ୍‌ ପୂର୍ବରୁ କେଏଲ୍‌ ରାହୁଲ ପତ୍ନୀ ଆଥିୟା ସେଟ୍ଟିଙ୍କ ସହ ବାବା ମହାକାଳଙ୍କୁ ଦର୍ଶନ କରିଛନ୍ତି।

ଭାରତୀୟ କ୍ରିକେଟର କେଏଲ୍‌ ରାହୁଲ ରବିବାର ନିଜ ପତ୍ନୀ ତଥା ଅଭିନେତ୍ରୀ ଆଥିୟା ସେଟ୍ଟିଙ୍କ ସହ ଉଜ୍ଜୈନର ବାବା ମହାକାଳଙ୍କ ଦରବାରରେ ପହଞ୍ଚିଛନ୍ତି ଏବଂ ଏଠାରେ ଉଭୟ ବାବାଙ୍କ ଭସ୍ମ ଆଳତିରେ ସାମିଲ ହୋଇଛନ୍ତି। ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା କେଏଲ୍‌ ରାହୁଲ ଓ ଆଥିୟା ମହାକାଳଙ୍କ ପୂଜା କରି ତାଙ୍କର ଆଶୀର୍ବାଦ ନେଇଥିଲେ। ସେମାନେ ଗର୍ଭଗୃହରେ ମହାକାଳଙ୍କୁ ଜଳାଭିଷେକ କରିଥିଲେ।

ମନ୍ଦିରର ପୂଜାରୀ କହିଛନ୍ତି କି, ଫିଲ୍ମ ଷ୍ଟାର ସୁନିଲ ସେଟ୍ଟିଙ୍କ ଝିଅ ଓ ଭାରତୀୟ କ୍ରିକେଟ୍‌ ଟିମ୍‌ର ଖେଳାଳି କେଏଲ୍‌ ରାହୁଲ ବିବାହ ପରେ ପ୍ରଥମ ଥର ବାବା ମହାକାଳଙ୍କ ଦରବାରରେ ଦର୍ଶନ ପାଇଁ ପହଞ୍ଚିଛନ୍ତି। ସେମାନେ ବିଶ୍ୱର କଲ୍ୟାଣ ପାଇଁ ପ୍ରାର୍ଥନା କରିବା ସହିତ ଭାରତୀୟ ଟିମ୍‌ ବିଶ୍ୱର ସବୁଠୁ ବଡ଼ କ୍ରିକେଟ୍‌ ଟିମ୍‌ ହେଉ ବୋଲି ବାବାଙ୍କ ନିକଟରେ କାମନା କରିଛନ୍ତି।

କହି ରଖୁଛୁ, ଭାରତୀୟ କ୍ରିକେଟର କେଏଲ୍‌ ରାହୁଲ ଓ ଫିଲ୍ମ ଅଭିନେତ୍ରୀ ଆଥିୟା ସେଟ୍ଟି ୨୩ ଜାନୁୟାରୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ରବିବାର ସକାଳେ ସେମାନେ ବାବା ମହାକାଳଙ୍କ ଭସ୍ମ ଆଳତି ଦର୍ଶନ କରିଥିଲେ। ଦର୍ଶନ ପରେ ଗର୍ଭଗୃହରେ ଉଭୟ ସ୍ୱାମୀ, ସ୍ତ୍ରୀ ପୂଜା କରି ମହାକାଳଙ୍କଠାରୁ ଆଶୀର୍ବାଦ ନେଇଥିଲେ।

 

View this post on Instagram

 

A post shared by UjjainTourist (@ujjaintourist_)

You might also like