କେଏଲ ରାହୁଲଙ୍କ ଘରକୁ ଆସିଲେ କୁନି ଅତିଥି, ଶିଶୁକନ୍ୟାକୁ ଜନ୍ମ ଦେଲେ ଆଥିୟା

ଟିମ୍ ଇଣ୍ଡିଆର ୱିକେଟ କିପର ତଥା ବ୍ୟାଟର କେଏଲ ରାହୁଲ ବାପା ହୋଇଛନ୍ତି । ଆଇପିଏଲ ଚାଲିଥିବା ବେଳେ କେଏଲ ରାହୁଲଙ୍କ ଘରକୁ କୁନି ଅତିଥି ଆସିଛନ୍ତି । ପତ୍ନୀ ତଥା ଅଭିନେତ୍ରୀ ଆଥିୟା ସେଟ୍ଟୀ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ କେଏଲ ରାହୁଲ Xରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ବାପା, ମା’ ହେବା ନେଇ ଶୁଭେଚ୍ଛା ଜଣାଇଥିବା ସବୁ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଥିୟା ।
କେଏଲ ରାହୁଲ ପୋଷ୍ଟ କରିଥିବା ଫଟୋରେ ବ୍ଲେସଡ ଉଇଥ ବେବି ଗାର୍ଲ ବୋଲି ଲେଖାଯାଇଥିବା ବେଳେ ତାରିଖ ମଧ୍ୟ ଲେଖାଥିଲା । ଏହା ତଳକୁ ଆଥିୟା ଏବଂ ରାହୁଲ ମଧ୍ୟ ଲେଖାହୋଇଛି । ଫ୍ୟାନ୍ସ ଏହି ଫଟୋ ଦେଖିବା ପରେ ସମସ୍ତେ ଖୁସି ହୋଇଯାଇଛନ୍ତି । ତେବେ ଆଥିୟା ମା’ ହେବା ପରେ ବଲିଉଡର ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଉଛନ୍ତି ।
— K L Rahul (@klrahul) March 24, 2025
ଗତକାଲି ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ରାହୁଲଙ୍କୁ ଦେଖିବାକୁ ମିଳିନଥିଲା । ଯାହାକୁ ନେଇ ରାହୁଲଙ୍କ ପ୍ରଶଂସକମାନେ ନିରାଶ ହୋଇଥିଲେ । ତେବେ ସ୍ବତନ୍ତ୍ର କାରଣ ଦର୍ଶାଇ ରାହୁଲ ଟିମ ମ୍ୟାନେଜମେଣ୍ଟ ପାଖରୁ ଛୁଟି ନେଇଥିଲେ । ମ୍ୟାଚରୁ କେଏଲ ରାହୁଲ ମୁମ୍ବାଇ ପାଇଁ ଫେରିଆସିଥିଲେ । ଏହାରି ଭିତରେ ରାହୁଲ ବାପା ହୋଇଛନ୍ତି । ସେଥିପାଇଁ ରାହୁଲ ବିଶାଖାପାଟନମରେ ଖେଳାଯାଉଥିବା ମ୍ୟାଚରେ ଅନୁପସ୍ଥିତ ରହିଥିଲେ । ତେବେ ଆସନ୍ତା ୩୦ ତାରିଖ ହାଇଦ୍ରାବାଦରେ ହେବାକୁ ଥିବା ସନରାଇଜର୍ସ ହାଇଦ୍ରାବଦ ବିପକ୍ଷ ଦ୍ବିତୀୟ ମ୍ୟାଚରେ ରାହୁଲ ଖେଳିବେ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ, କେଏଲ ରାହୁଲ ଏବଂ ଆଥିୟା ପରସ୍ପରକୁ ୩ ବର୍ଷ ଡେଟ୍ କରିବା ପରେ ଜାନୁଆରୀ ୨୦୨୩ରେ ବିବାହ କରିଥିଲେ । ସେମାନଙ୍କର ବିବାହ ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲାର ଫାର୍ମହାଉସରେ ହୋଇଥିଲା । ସେମାନଙ୍କ ବିବାହ ଉତ୍ସବରେ କେବଳ ପରିବାର ସଦସ୍ୟ ଏବଂ ନିକଟତମ ବନ୍ଧୁମାନେ ଯୋଗ ଦେଇଥିଲେ ।
Also Read : ଆଶୁତୋଷଙ୍କ ବିସ୍ଫୋରକ ଇଂନିସ : ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୧ ୱିକେଟ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ