ବାଂଲାଦେଶ ସିରିଜ୍‌ ପରେ କେଏଲ୍‌ ରାହୁଲ ଓ ଆଥିୟା ସେଟ୍ଟୀଙ୍କ ବିବାହ; ବିସିସିଆଇଠୁ ମାଗିଲେ ବ୍ରେକ୍‌!

ଭାରତୀୟ ଟିମ୍‌ର ଓପ୍‌ନର ବ୍ୟାଟ୍ସମ୍ୟାନ କେଏଲ୍‌ ରାହୁଲ ବହୁତ ଜଲ୍‌ଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ବଲିଉଡ୍‌ର ଭେଟେରାନ କଳାକାର ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀଙ୍କୁ ବିବାହ କରିବେ। ଏହି କଥାକୁ ନେଇ ମିଡିଆରେ ଜୋର୍‌ସୋରରେ ଚର୍ଚ୍ଚା ଚାଲିଛି। ନିଜେ ସୁନିଲ ସେଟ୍ଟୀ ମଧ୍ୟ ନିକଟରେ ମିଡିଆ ସାମ୍ନାରେ ଏହି କଥା ନିଶ୍ଚିତ କରିଛନ୍ତି।

ରିପୋର୍ଟ ମୁତାବକ, ନିକଟରେ ଆଘାତରୁ ସୁସ୍ଥ ହେବା ପରେ କେଏଲ୍‌ ରାହୁଲ ଅଷ୍ଟ୍ରେଲିଆର ଆୟୋଜନରେ ଟି୨୦ ବିଶ୍ୱକପ୍‌ ଖେଳିଥିଲେ। ଏହାପରେ ତାଙ୍କୁ ନ୍ୟୁଜିଲାଣ୍ଡ ଗସ୍ତରେ ଖେଳାଯାଇଥିବା ଟି୨୦ ଏବଂ ଦିନିକିଆ ସିରିଜ୍‌ରୁ ଆରାମ ଦିଆଯାଇଥିଲା।

ତେବେ ଏକ ସୂତ୍ରରୁ ଜଣାପଡ଼ିଛି ଯେ ରାହୁଲଙ୍କୁ କୌଣସି ଆଘାତ ଲାଗି ନ ଥିଲା କି ସେ ଅସୁସ୍ଥ ନ ଥିଲେ, ବରଂ ବ୍ୟକ୍ତିଗତ କାରଣ ଯୋଗୁ ସେ ବ୍ରେକ୍‌ ନେଇଥିଲେ। ଏମିତିରେ କୁହାଯାଉଛି କି, କେଏଲ୍‌ ରାହୁଲ ବିବାହର ପ୍ରସ୍ତୁତି ପାଇଁ ହିଁ ନ୍ୟୁଜିଲାଣ୍ଡ ଗସ୍ତରୁ ବ୍ରେକ୍‌ ନେଇଥିଲେ। କହି ରଖୁଛୁ, ଏଥି ପୂର୍ବରୁ ବିଶ୍ୱକପ୍‌ ସମୟରେ ଆଥିୟା ସେଟ୍ଟୀଙ୍କୁ କେଏଲ୍‌ ରାହୁଲଙ୍କ ସହିତ ଅଷ୍ଟ୍ରେଲିଆରେ ଦେଖାଯାଇଥିଲା।

ଏବେ ଭାରତୀୟ ଟିମ୍‌କୁ ପୂରା ଡିସେମ୍ବର ମାସ ବାଂଲାଦେଶ ଗସ୍ତରେ ଦିନିକିଆ ଏବଂ ଟେଷ୍ଟ୍‍ ମ୍ୟାଚର ସିରିଜ୍‌ ଖେଳିବାର ଅଛି। ଏହି ସମୟରେ କେଏଲ୍‌ ରାହୁଲଙ୍କର ଟିମ୍‌ ଇଣ୍ଡିଆରେ ପ୍ରତ୍ୟାବର୍ତ୍ତନ ନିଶ୍ଚୟ ହେଉଛି, କିନ୍ତୁ ଏହାପରେ ଶ୍ରୀଲଙ୍କା ବିପକ୍ଷରେ ଘରୋଇ ସିରିଜ୍‌ ପୂର୍ବରୁ ରାହୁଲଙ୍କୁ ଆରାମ ଦିଆଯିବ। କେଏଲ୍‌ ରାହୁଲ ଏହି ବ୍ରେକ୍‌ ପାଇଁ ବିସିସିଆଇଠୁ ଅନୁମତି ମାଗିଛନ୍ତି। ଦୁଇଟି ସିରିଜ୍‌ ଜାନୁୟାରୀରେ ଖେଳାଯିବ। ଏମିତିରେ କୁହାଯାଉଛି କି, ଜାନୁୟାରୀ ପୂର୍ବରୁ କିମ୍ବା ଦ୍ୱିତୀୟ ସପ୍ତାହରେ କେଏଲ୍‌ ରାହୁଲ ଓ ଆଥିୟାଙ୍କ ବିବାହ ହେବା ନେଇ ପୂରା ସମ୍ଭାବନା ରହିଛି।

କହି ରଖୁଛୁ, ସୁନିଲ ସେଟ୍ଟୀ ଏକ ଇଣ୍ଟରଭ୍ୟୁରେ କେଏଲ୍‌ ରାହୁଲ ଓ ଆଥିୟା ସେଟ୍ଟୀଙ୍କ ବିବାହ ବିଷୟରେ କହିଥିଲେ। ସେ କହିଥିଲେ କି, ‘ମୋତେ ଲାଗୁଛି, ପିଲାମାନେ ଯେମିତି ଚାହିଁବେ, ସେମିତି ହେବ। ରାହୁଲଙ୍କ ସେଡ୍ୟୁଲ ରହିଛି। ଏବେ ଏସିଆ କପ୍‌, ଓ୍ଵାର୍ଲ୍ଡ କପ୍‌, ସାଉଥ୍‌ ଆଫ୍ରିକା ଟୁର୍‌ ଏବଂ ଅଷ୍ଟ୍ରେଲିଆ ଟୁର୍‌ ଅଛି। ଯେତେବେଳେ ପିଲାମାନଙ୍କୁ ବ୍ରେକ୍‌ ମିଳିଯିବ, ସେତେବେଳେ ବିବାହ ହେବ। ଗୋଟିଏ ଦିନରେ ବିବାହ ହୋଇ ପାରିବନି…’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.