ଭାରତକୁ ମିଳିଗଲା ନୂଆ ବିସ୍ଫୋରକ ଓପନର,ବାଦ ପଡ଼ିବେ କେ.ଏଲ୍‌. ରାହୁଲ

କେନ୍ୟୁଜ୍‌: ଆଇସିସି ଟି-୨୦ ବିଶ୍ୱକପରୁ ଭାରତ ବାଦ ପଡ଼ିବା ପରେ ଏବେ ଟିମ୍‌ରେ ଖେଳାଳି ଚୟନକୁ ନେଇ ମାନସ ମନ୍ଥନ ଚାଲିଛି । ଗତ ଗୁରୁବାର ଦିନ ଖେଳାଯାଇଥିବା ଭାରତ-ଇଂଲଣ୍ଡ ମ୍ୟାଚରେ ୧୦ ଓ୍ଵିକେଟର ଭାରତର ଶୋଚନୀୟ ପରାଜୟ ଏବେ ଚିନ୍ତାର ବିଷୟ ହୋଇଛି । ଭାରତ-ଇଂଳଣ୍ଡ ମ୍ୟାଚ ପରାଜୟର ମୁଖ୍ୟ କାରଣ ହେଉଛି ବୋଲରମାନଙ୍କ ପ୍ରଭାବ ହୀନ ବୋଲିଂ । କେ.ଏଲ୍‌. ରାହୁଲ ମଧ୍ୟ ଇଂଲଣ୍ଡ ବିପକ୍ଷରେ ବହୁତ ଖରାପ ପ୍ରଦର୍ଶନ କଲେ । ପୁରା ବିଶ୍ୱକପରେ ରାହୁଲଙ୍କ ପ୍ରଦର୍ଶନ ନୈରାଶ୍ୟ ଜନକ ଥିଲା । ସେଥି ପାଇଁ ଚୟନ କର୍ତ୍ତାମାନେ ଏବେ ଟିମ୍‌ର ଓପନିଂ ପାଇଁ ନୂଆ ବିକଳ୍ପ ଖୋଜୁଛନ୍ତି ।କେ.ଏଲ୍‌. ରାହୁଲ ଇଂଲଣ୍ଡ ମ୍ୟାଚ ସହିତ ପୁରା ବିଶ୍ୱକପରେ ତାଙ୍କ ଦୁର୍ବଳ ପ୍ରଦର୍ଶନଜାରି ରହିଥିଲା । ପୁରା ବିଶ୍ୱକପରେ କେ.ଏଲ. ରାହୁଲ ନିଜର ଭୂମିକାକୁ ନିଭାଇ ପାରି ନଥିଲେ । ସେ ଟି-୨୦ ବିଶ୍ୱକପ ୨୦୨୨ର ୫ଟି ପାରିରେ ମାତ୍ର ୧୨୮ ରନ ସଂଗ୍ରହ କରିଥିଲେ, ଯାହା ଅତ୍ୟନ୍ତ ନୈରାଶ୍ୟ ଜନକ ଥିଲା । ଯେଉଁଥିପାଇଁ ଚୟନକର୍ତ୍ତା ରାହୁଲଙ୍କୁ ଟିମରୁ ବାଦ ଦେଇ ପାରନ୍ତି ।
ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଇଶାନଙ୍କୁ ମିଳିପାରେ ସୁଯୋଗ:

କେ.ଏଲ. ରାହୁଲଙ୍କ ଓପନିଂ ବିଫଳତା ପରେ ଏନେ ଦଳ ଭରସା କରିଛି ଇଶାନ କିଷନଙ୍କ ଉପରେ । ବର୍ତ୍ତମାନ ଇଶାନ କିଷନ ମଧ୍ୟ ପୁରା ଲୟରେ ଅଛନ୍ତି । ଟି-୨୦ କ୍ରିକେଟରେ ମହାରଥ ହାସଲ କରିଥିବା ଇଶାନ ପଡ଼ିଆର କୌଣସି ଦିଗକୁ ବି ସେ ଚଉକା,ଛକାର ବର୍ଷା କରିପାରନ୍ତି । ସେ ରୋହିତଙ୍କ ଅନୁପସ୍ଥିତିରେ ମଧ୍ୟ ଓପନିଂ ଭାର ସମ୍ଭାଳିଛନ୍ତି ।
ଇଶାନ କିଷନଙ୍କ ପାଖରେ ବିସ୍ଫୋରକ ବ୍ୟାଟିଂର କଳା ଭରପୁର ଭାବରେ ଅଛି । ତାଙ୍କ ପାଖରେ ଥିବା କଳା,କୌଶଳକୁ ବ୍ୟବହାର କରି ସେ ଯେକୌଣସି ବୋଲରଙ୍କୁ ସେ ଧରାଶାୟୀ କରିପାରିବେ । ସେ ଭାରତୀୟ ଟିମ ପାଇଁ ୯ଟି ଓ୍ଵାନ୍‌ଡେ ମ୍ୟାଚ ଖେଳି ୨୬୭ ରନ ଏବଂ ୧୯ଟି ଟି-୨୦ ମ୍ୟାଚରୁ ୫୪୫ ରନ ସଂଗ୍ରହ କରିଛନ୍ତି ।

Leave A Reply

Your email address will not be published.