ରାହୁଲଙ୍କ ଉପ ଅଧିନାୟକ ପଦ ଛଡାଇ ନେଲା ବିସିସିଆଇ, ଦ୍ରାବିଡଙ୍କ ସମର୍ଥନ ମଧ୍ୟ କାମ ଦେଲାନି

କେଏଲ ରାହୁଲଙ୍କ ଉପ ଅଧିନାୟକ ପଦ ଛଡାଇ ନେଲା ବିସିସିଆଇ। ଲଗାତାର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ବିସିସିଆଇ ନେଲା ଏପରି କାର୍ଯ୍ୟାନୁଷ୍ଠାନ । ଉପଅଧିନାୟକ କି ଓ୍ଵିକେଟ କିପର ଭାବେ ନୁହେଁ, ଜଣେ ଖେଳାଳି ଟେଷ୍ଟ ମ୍ୟାଚରେ ମିଳିଲା ସ୍ଥାନ ।

ବର୍ଡର-ଗାଭାସ୍କର ଟ୍ରଫିରେ ଶେଷ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଛି । ଟିମରେ କୌଣସି ଖାସ୍‌ ପରିବର୍ତ୍ତନ କରାଯାଇନାହିଁ । ହେଲେ କେଏଲ ରାହୁଲଙ୍କ ଠାରୁ ଉପଅଧିନାୟକ ପଦ ଛଡାଇ ନିଆଯାଇଛି । ଲଗାତାର ଖରାପ ଫର୍ମ ଯୋଗୁଁ କେଏଲ୍‌ ରାହୁଲଙ୍କ ଉପରେ ବିସିସିଆଇ କାର୍ଯ୍ୟାନୁଷ୍ଠାନ ନେଇଛି । ଟେଷ୍ଟ ଟିମରେ ରାହୁଲ ରହିଥିବା ବେଳେ ଉପ ଅଧିନାୟକ ପଦ ଚାଲିଯାଇଛି । ରବିବାର ବିସିସିଆଇ ପକ୍ଷରୁ ଅଷ୍ଟ୍ରେଲିଆ ବିପକ୍ଷ ବାକି ୨ଟି ଟେଷ୍ଟ ଓ ଦିନିକିଆ ସିରିଜ୍ ପାଇଁ ଖେଳାଳିଙ୍କ ତାଲିକା ଘୋଷଣା ହୋଇଛି। ଆଉ ଏଥିରେ କେଏଲ ରାହୁଲଙ୍କ ନାଁ ଆଗରେ ଉପ ଅଧିନାୟକ ଲେଖାଯାଇନି ।

ପୂର୍ବ ୨ଟି ଟେଷ୍ଟ ମ୍ୟାଚ୍‌ ପାଇଁ କେଏଲ ରାହୁଲ ଉପଅଧିନାୟକ ପଦରେ ରହିଥିଲେ । ଆଉ ଶେଷ ଦୁଇଟି ମ୍ୟାଚ ପାଇଁ ଟିମ୍‌ ଘୋଷଣା ହୋଇଥିବା ବେଳେ କେଏଲ ରାହୁଲଙ୍କୁ ଉପ ଅଧିନାୟକ ପଦରୁ ବାଦ୍‌ ଦିଆଯାଇଛି । ତେବେ ନୂଆ ଉପ ଅଧିନାୟକ କିଏ ହେବ ତାହା ଏଯାଏଁ ସ୍ପଷ୍ଟ ହୋଇନି । ତେବେ ଉପଅଧିନାୟକ ପାଇଁ ଶୁବମନ ଗିଲ୍‌ ଏବଂ ଶ୍ରେୟସ ଆୟର ଦାବିଦାର ରହିଛନ୍ତି ।

କେଏଲ ରାହୁଲ ଅଷ୍ଟ୍ରେଲିଆ ବିପକ୍ଷ ୨ଟି ଟେଷ୍ଟ ମ୍ୟାଚରେ ମାତ୍ର ୩୮ ରନ୍‌ କରିଛନ୍ତି। ହୁଏତ ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ତାଙ୍କ ଠାରୁ ଉପ ଅଧିନାୟକ ପଦ ଛଡାଇ ନେଇଛି ବିସିସିଆଇ ବୋଲି ଚର୍ଚ୍ଚା ହେଉଛି । ତେବେ କେଏଲ ରାହୁଲଙ୍କ ସପକ୍ଷରେ ରହିଛନ୍ତି କୋଚ ରାହୁଲ ଦ୍ରାବିଡ । ସେ କହିଛନ୍ତି, କିଛି ମ୍ୟାଚରେ ଖରାପ ପ୍ରଦର୍ଶନ କରିବା କାହା ଦକ୍ଷତା ପ୍ରଶ୍‌ନ ଉଠାଇପାରିବ ନାହିଁ। ଆଉ ହୁଏତ ଦ୍ରାବିଡଙ୍କ ସପକ୍ଷ ଯୋଗୁଁ କେଏଲ ରାହୁଲ ଟିମରେ ରହିଛନ୍ତି । କେଏଲ ରାହୁଲ ୪୭ ଟେଷ୍ଟ ମ୍ୟାଚରେ କେବଳ ୩୩.୪୪ ପ୍ରତିଶତ ୨୬୪୨ ରନ୍‌ କରିଛନ୍ତି। ଏହା ମଧ୍ୟରେ ୭ଟି ଶତକ ଏବଂ ୧୩ଟି ଅର୍ଦ୍ଧଶତକ ରହିଛି। ତେବେ ଟିମରେ ତାଙ୍କ ସ୍ଥାନ ନେବା ପାଇଁ ଟିମରେ ସରଫରାଜ ଖାନ, ପୃଥ୍ଵୀ ଶ’, ଶୁବମନ ଗିଲ, ମୟଙ୍କ ଅଗ୍ରଓ୍ଵାଲ ଭଳି ଖେଳାଳି ରହିଛନ୍ତି। ଏମାନେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଛନ୍ତି ।

ଡିସେମ୍ବର ମାସରେ ଖେଳା ଯାଇଥିବା ବାଂଲାଦେଶ ବିପକ୍ଷ ସିରିଜରେ ନିୟମିତ ଅଧିନାୟକ ରୋହିତ ଶର୍ମା ଆହତ ହୋଇଥିବାରୁ ରାହୁଲ ଦଳର ନେତୃତ୍ୱ ନେଇଥିଲେ। ହେଲେ ଏବେ ତାଙ୍କୁ ଉପ ଅଧିନାୟକ ପଦରୁ ହଟାଯିବା ସମସ୍ତଙ୍କୁ ଚକିତ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପରେ ଦିନିକିଆ ସିରିଜ ଆରମ୍ଭ ହେବ। ଏହି ସିରିଜ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ମଧ୍ୟ ରାହୁଲ ରହିଛନ୍ତି। ହେଲେ ଈଶାନ କିଶନଙ୍କୁ ଦଳର ୱିକେଟ କିପର ଭାବେ ଚୟନ କରାଯାଇଛି।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ସ୍କ୍ୱାର୍ଡ: ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ, ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, କେଏସ ଭରତ, ଈଶାନ କିଶନ, ରବି ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, ଉମେଶ ଯାଦବ ଓ ଜୟଦେବ ଉନାଦକତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.