କ୍ରୀଡା

ଆଇପିଏଲ୍‌ ମେଗା ନିଲାମ ପୂର୍ବରୁ କେଏଲ ରାହୁଲ ଏବଂ ରବି ବିଶ୍ନୋଇଙ୍କୁ ଚୟନ କଲା ଲକ୍ଷ୍ମୌ, ମାର୍କସ ଷ୍ଟୋଇନିସ୍‌ ମଧ୍ୟ ସାମିଲ

ଆଇପିଏଲ ୨୦୨୨ର ମେଗା ନିଲାମ ପୂର୍ବରୁ ଅହମ୍ମଦାବାଦ ନିଜର ତିନି ଖେଳାଳିଙ୍କୁ ଦଳରେ ସାମିଲ୍ କରିସାରିଛି। ଏବେ ଲକ୍ଷ୍ନୌ ଫ୍ରାଞ୍ଚାଇଜି ମଧ୍ୟ ମଙ୍ଗଳବାର ନିଜର ତିନି ଖେଳାଳିଙ୍କ ଚୟନ କରି ନେଇଛି। ଫ୍ରାଞ୍ଚାଇଜି ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ଲୋକେଶ ରାହୁଲଙ୍କୁ ଦଳରେ ସାମିଲ୍ କରିଛି। ଏଥିସହ ଅନ୍ୟ ଦୁଇ ଖେଳାଳି ଭାବେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍ ଏବଂ ଭାରତୀୟ ଲେଗ୍ ସ୍ପିନର ରବି ବିଶ୍ନୋଇଙ୍କୁ ଚୟନ କରିଛି।

ଇଏସପିଏନ କ୍ରିକଇନଫୋ ଅନୁଯାୟୀ, ଲକ୍ଷ୍ନୌ ଫ୍ରାଞ୍ଚାଇଜି ଫେବୃଆରୀରେ ହେବାକୁଥିବା ନିଲାମୀରେ ୬୦ କୋଟି ଟଙ୍କାର ହେବ। ରାହୁଲଙ୍କୁ ୧୫ କୋଟି, ଷ୍ଟୋଇନିସ୍‌ଙ୍କୁ ୧୧ କୋଟି ଏବଂ ବିଶ୍ନୋଇଙ୍କୁ ୪ କୋଟି ଟଙ୍କାରେ କିଣିଛି। ୨୯ ବର୍ଷୀୟ ରାହୁଲ ଲକ୍ଷ୍ନୌ ଫ୍ରାଞ୍ଚାଇଜି ପାଇଁ ପ୍ରଥମ ପସନ୍ଦର ଖେଳାଳି ଥିଲେ।

କେଏଲ ରାହୁଲ ଗତ ୨ ବର୍ଷରୁ ପଞ୍ଜାବ କିଙ୍ଗସର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି। ୨୦୧୮ ଆଇପିଏଲଠୁ ଲଗାତାର ଦମଦାର ପ୍ରଦର୍ଶନ କରି ଆସୁଥିବା କେଏଲ ରାହୁଲ ପଞ୍ଜାବ କିଙ୍ଗ୍ସ ଦଳ ଛାଡିବା ପାଇଁ ପ୍ରଥମରୁ ସ୍ଥିର କରି ସାରିଥିଲେ। ଫଳରେ ପଞ୍ଜାବ ତାଙ୍କୁ ନିଲାମ ପାଇଁ ରିଲିଜ୍ କରିଥିଲା ଏବଂ ଲକ୍ଷ୍ନୌ କାଳ ବିଳମ୍ବ ନକରି ରାହୁଲଙ୍କ ସହ ଯୋଗାଯୋଗ କରି ନିଜ ଦଳରେ ସାମିଲ୍ କରିଛି।

୨୦୧୪ରେ ଆଇପିଏଲ କ୍ୟାରିୟର ଆରମ୍ଭ କରିବା ପରେ ସନରାଇଜର୍ସ ହାଇଦ୍ରାବାଦ ରାହୁଲଙ୍କୁ ନିଜ ଦଳରେ ସାମିଲ୍ କରିଥିଲା। ରାହୁଲ ୨୦୧୬ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରେ ଯୋଗ ଦେଇଥିଲେ। ପୁଣି ୨୦୧୮ ନିଲାମରେ ପଞ୍ଜାବ ଫ୍ରାଞ୍ଚାଇଜି ତାଙ୍କୁ ୧୧ କୋଟି ଟଙ୍କା ଖର୍ଚ୍ଚ କରି ନିଜ ଦଳରେ ସାମିଲ୍ କରିଥିଲା।

ଷ୍ଟୋଇନିସ୍‌ଙ୍କ ପାଇଁ ଲକ୍ଷ୍ନୌ ଚତୁର୍ଥ ଆଇପିଏଲ ଫ୍ରାଞ୍ଚାଇଜି। ସେ ୨୦୧୫ରେ ଦିଲ୍ଲୀ ଡେୟାରଡେଭିଲ୍ସ(ଦିଲ୍ଲୀ କ୍ୟାପିଟାଲ୍ସ)ରୁ ନିଜର ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ। ପୁଣି ୨୦୨୦ରେ ୪.୮ କୋଟି ଟଙ୍କା ସହ ସେ ଦିଲ୍ଲୀ ଦଳରେ ରହିଥିଲେ। କ୍ୟାପିଟାଲ୍ସ ପକ୍ଷରୁ ସେ ୨୭ ମ୍ୟାଚ୍ ଖେଳି ୧୪୨.୭୧ ଷ୍ଟ୍ରାଇକ୍ ରେଟ୍‌ରେ ୪୪୧ ରନ କରିବା ସହ ୧୫ ଓ୍ଵିକେଟ୍ ନେଇଛନ୍ତି।

Swagatika

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

9 hours ago

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶ୍ରୀଜୀଉଙ୍କୁ ସସ୍ତ୍ରୀକ ଦର୍ଶନ କରିଛନ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶରେ…

10 hours ago

ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆସନ୍ତାକାଲିଠୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

11 hours ago